ଭୋକିଲା ପଶୁଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗାନ୍ଧିନଗର ବାସିନ୍ଦା

0
497

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଶ୍ଵରେ କରୋନା ମହାମାରୀ ରୂପ ନେଇଥିବା ବେଳେ ପ୍ରତିଷୋଧକ ବ୍ୟବସ୍ଥା ଅନୁଯାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଖାଦ୍ୟଭାବରେ ପଡ଼ୁଛନ୍ତି ବୁଲା ପଶୁପକ୍ଷୀ । ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ।ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲ୍ ର ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁଗାଈ ଓ କୁକୁରଗୁଡ଼ିକ ଖାଈବାକୁ ନ ପାଇ ଜରାଜୀର୍ଣ୍ଣ ହୋଇଗଲେଣି । ଏପରି ସ୍ଥଳେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡି଼ଛିନ୍ତି ସହରର ଗାନ୍ଧିନଗରର କିଛି ବାସିନ୍ଦା । ଏଥି ମଧ୍ୟରେ ଗାନ୍ଧିନଗର ୧୦ମ ଲାଇନର ସରୋଜ ପଣ୍ଡା,ସଚିନ ପଣ୍ଡା,ବସନ୍ତ ସାହୁ ଓ ମହେନ୍ଦ୍ର ବେହେରା ପ୍ରମୂଖ ବିସ୍କୁଟ,ପାଉଁରୁଟି ଓ କେକ୍ ଇତ୍ୟାଦି ପ୍ରତିଦିନ ଭୋକିଲା ଥିବା ଗୋରୁଗାଈ ଓ କୁକୁର ମାନଙ୍କୁ ଖାଈବାକୁ ଦେଉଛନ୍ତି । ନିଜସ୍ଵ ଅର୍ଥ ଖର୍ଚ୍ଚରେ ଏହି କାମ ଲକ ଡାଉନ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି । ଗୋପ୍ରେମୀଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସ୍ଥାନୀୟ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here