ଅନସ୍ଲୋର ଶିକ୍ଷୟିତ୍ରୀ ପାଇଲେ ଓଇଏସ୍‌

0
191

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି। ଓଡିଶା ସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୭ ନମ୍ବର ର଼୍ୟାଙ୍କରେ ରହିଛନ୍ତି। ସୁଚିତ୍ରାଙ୍କ ବାପା କାଶୀନାଥ ପାଣିଗ୍ରାହୀ ଓ ମା ସ୍ନେହଲତା ପାଣିଗ୍ରାହୀଙ୍କର ଏଥିରେ ବହୁତ ଅବଦାନ ଥିଲା ବେଳେ ଅନସ୍ଲୋ ସରକାରୀ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଏଥିରେ ସହଯୋଗ ଥିଲା ବୋଲି ସେ କହିଛନ୍ତି। ସେ ନବୋଦୟ ବିଦ୍ୟାଳୟସ୍ତରରେ ପାଠ ପଢିବା ସମୟରେ ଆୱାର୍ଡ ମଧ୍ୟ ଅର୍ଜନ କରିଛନ୍ତି।୨୦୧୬ଠାରୁ ଅନସ୍ଲୋ ସରକାରୀ ହାଇସ୍କୁଲରେ ଚୁକ୍ତିଭିତିକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here