ବାଇକ ସହ ହରିଣ ଧକ୍କା, ହରିଣ ମୃତ,୨ ଆହତ

0
318

ବେଗୁନିଆପଡା:ଆଜି ସନ୍ଧ୍ୟା ୭ ଟା ସମୟରେ ବେଗୁନିଆପଡା ଠାରୁ କେ ବରିଡ। ରାସ୍ତା ମଧ୍ୟରେ ଏକ ହରିଣ ସହ ବାଇକର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହରିଣଟି ମୃତ୍ୟୁ ବରଣ କରିଥିବା ବେଳେ ବାଇକରେ ବସିଥିବା ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବି ନୂଆପଲ୍ଲୀ ଗ୍ରାମର ଦିପୁ ଦାସ ଓ ଲିଙ୍ଗରାଜ ଦାସ ତାଙ୍କ ବାଇକ ରେ ବେଗୁନିଆପଡାରୁ ନିଜ ଘର ବି ନୂଆପଲ୍ଲୀ ଫେରୁଥିବା ବେଳେ ବରିଡ। ଠାରୁ ବେଗୁନିଆପଡା ରାସ୍ତା ମଝିରେ ହଠାତ ଏକ ହରିଣ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ହରିଣଟିର ମୃତ୍ୟୁ ହୋଇଥିବା ବେଳେ ଦିପୁ ଓ ଲିଙ୍ଗରାଜ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ପହଞ୍ଚି ଦୁଇ ଜଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଦିପୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ବାଇକକୁ ଜବତ କରିଛି । ସୁମଣ୍ଡଳ ବନ ବିଭାଗ କର୍ମଚାରୀ ସୁଜାତା ସାହୁ ପହଞ୍ଚି ମୃତ ହରିଣ କୁ ବ୍ୟବଚ୍ଛେଦ ପାଇଁ କୋଦଳା ପଠାଇଛନ୍ତି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here