ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର କାର୍ଯ୍ୟାଳୟ ରେ ତିନି ବିପ୍ଳବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

0
272

ବ୍ରହ୍ମପୁର: ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାରର ଓଡିଶା ରାଜ୍ୟ ସମ୍ପାଦକ ତଥା ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶିବରାମ, ପଲିଟିବ୍ୟୁରୋ ସଦସ୍ୟା ଏବଂ ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ(AIRWO) ସର୍ବଭାରତୀୟ ସାଧାରଣ ସମ୍ପାଦିକା କମ୍ରେଡ ଶର୍ମିଷ୍ଠା ଓ ମାନବବାଦୀ ହେତୁବାଦୀ ସଂଗଠନର ରାଜ୍ୟ ସମ୍ପାଦକ ହେତୁବାଦୀ ରାଜା ସୁରେଶଙ୍କ ଉଦ୍ଧେଶ୍ୟରେ ଆଜି ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ର ଜିଲ୍ଲା କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉଭୟ କେନ୍ଦ୍ର ଓ ଓଡିଶା ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମ, ଅବୈଜ୍ଞାନିକ ଚିନ୍ତାଧାରା, ଅନ୍ଧବିଶ୍ୱାସ, କୁସଂସ୍କାର, ଜାତିବାଦ, ଧାର୍ମିକ ବିଦ୍ବେଷ ଆଦି ବିରୁଦ୍ଧରେ ଅହରହ ଲଢେଇ ଜାରି ରଖିଥିବା ଉପରୋକ୍ତ ତିନିଜଣ ବିପ୍ଲବୀଙ୍କ ଅକାଳ ବିୟୋଗ ଘଟିଛି l ସେମାନଙ୍କ ଆକସ୍ମିକ ବିୟୋଗ ସମାଜପାଇଁ ଏକ ଅପୂରଣୀୟ କ୍ଷତି ଓ କମ୍ୟୁନିଷ୍ଟ ଆନ୍ଦୋଳନରେ ଶକ୍ତ ଆଘାତ ସୃଷ୍ଟି କରିଛି ବୋଲି ବକ୍ତା ମାନେ ମତ ପୋଷଣ କରିଛନ୍ତି l ବହୁ ଜନ ଆନ୍ଦୋଳନର ନେତା ତଥା ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ସାହୁ, ପୂର୍ବତନ ସମ୍ପାଦକ ରାମକୃଷ୍ଣ ମହାରଣା, ମାନବବାଦୀ ହେତୁବାଦୀ ସଂଗଠନର କିଶୋର ମିଶ୍ର, ଇ ତେଜେଶ୍ବର ରାଓ, ନାନ୍ଦେସୁ ସେନାପତି, ସି.ପି.ଆଇ(ଏମ୍) ର ଯୁଧିଷ୍ଠିର ବେହେରା, ଚାଷୀ ମୂଲିଆ ସଂଗଠନର ଜିଲ୍ଲା ଆବାହକ ନିରାକାର ନାୟକ, ଓଡିଶା କୃଷକ ସଭାର ନେତା ବସନ୍ତ ନନ୍ଦ, ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସୁବାସ ରାଉତ, ଆଦିତ୍ୟ ରଥ, ବାମସେଫ ର ଦେବେନ୍ଦ୍ର ପାତ୍ର, ଆଇଏଫଟିୟୁ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସି ପି ଆଇ(ଏମ୍-ଏଲ୍)ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ର ଜିଲ୍ଲା ସହ ସମ୍ପାଦିକା ପି. ପାର୍ବତୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଯୁବନେତା ମନୋଜ ତରାଇ, ଶ୍ରୀନିବାସ ରାଓ,ଲକ୍ଷ୍ମୀ ନୃସିଂହ ରଥ, ସାମାଜିକ କର୍ମୀ ମଧୁସୂଦନ ସେଠି,ବ୍ରହ୍ମପୁରର ଯୁବନେତା ଶିବରାମ ସାହୁ, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରା, ସମ୍ପାଦକ ପରମାନନ୍ଦ ମହାରଣା, କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା କମିଟି ସଦସ୍ୟ ପି.ଯୋଗେନ୍ଦ୍ର ପ୍ରମୁଖ ଯୋଗଦେଇ ସାଥି ଶିବରାମ, ସାଥି ଶର୍ମିଷ୍ଠା ଓ ହେତୁବାଦୀ ରାଜା ସୁରେଶଙ୍କ ଆଦର୍ଶମୟ ଜୀବନର ଆଲୋଚନା କରିବାସହ ସେମାନଙ୍କ ଉଦ୍ଧେଶ୍ୟରେ ସ୍ମୃତି ସ୍ତମ୍ଭ ନିର୍ମାଣ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ ଓ ପ୍ରଗତିଶୀଳ ଗଣସଂଗଠନଙ୍କୁ ନେଇ ଏକ ମିଳିତ ମଞ୍ଚ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ମଙ୍ଗଳବାର ଜୁନ ୨୨ ତାରିଖରେ ପୂର୍ବାହ୍ନ ୧୦ଘଣ୍ଟ ସମୟରେ ସିପିଆଇ(ଏମ. ଏଲ )ରେଡଷ୍ଟାର ବ୍ରହ୍ମପୁର କାର୍ଯ୍ୟାଳୟ ଠାରେ ଏହି ବୈଠକ ବସି ଭବିଷ୍ୟତ କାର୍ଯ୍ୟକ୍ରମ ସ୍ଥିର ହେବ l ଶେଷରେ ସାଥି ପି. ଯୋଗେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here