କରୋନର ତୃତୀୟ ଲହର ଦୃଷ୍ଟିରେ ରଖି ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ

0
237

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ଚିରିକିପଡା ଶାସନ ପଞ୍ଚାୟତ ଅଙ୍ଗନୱାଡି କେନ୍ଦ୍ର ୩ ରେ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ନିଷ୍ପତ୍ତି ପ୍ରକାରରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଜି ସିଡିପିଓ କୁନ୍ତଳା କୁମାରୀ ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଚିରିକିପଡା ଶାସନ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୩ ର ଶିଶୁ ମାନଙ୍କ ଅମ୍ଳଜାନ ସ୍ତର ଯାଞ୍ଚ କରାଯାଇଛି। ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ୬୮ ଜଣଙ୍କ ଘରକୁ ଯାଇ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ, ବାଳକ ଓ ବାଳିକା ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ । ଏହି ଯାଞ୍ଚ କାର୍ଯ୍ୟରେ ଅଙ୍ଗନବାଡି କର୍ମୀ ସୁଚିତ୍ରା କୁମାରୀ ସାହୁ, ଆଶା କର୍ମୀ ସାବିତ୍ରୀ ସାହୁ ଓ ଅଙ୍ଗନବାଡି ସହାୟିକା ସଂଞ୍ଜୁକ୍ତା ନାହାକ ସାମିଲ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here