ରୋଗ ସଜାଇଦେଲା ଶଯ୍ୟାଶାୟୀ, ପତ୍ନୀଙ୍କ ଆକୁଳ ନିବେଦନ ମୋ ସ୍ୱାମୀଙ୍କୁ ବଞ୍ଚେଇଦିଅ

0
241

ବେଗୁନିଆପଡା: ଆଖିରେ ଆଖିଏ ସ୍ବପ୍ନ | ପୁଅ ଦୁଇ ଜଣଙ୍କୁ ଭଲ ମଣିଷ କରି ଗଢି ତୋଳିବାର ପ୍ରଚେଷ୍ଟା | ପରିବାର ମନରେ ହସ ଫୁଟାଇବାକୁ ଭରପୁର ପ୍ରୟାସ | କିନ୍ତୁ ଏତେ ସ୍ବପ୍ନ ଭିତରେ ନିଜକୁ ହଜାଇ ଦେଇଥିବା ନିରୀହ ମଣିଷ ର ସମସ୍ତ ପ୍ରୟାସ କୁ ଭାଙ୍ଗି ଚୁରମାର କରିଦେଇଛି ଦୁର୍ବିସହ ରୋଗବ୍ୟାଧି | ନାମ ପ୍ରଫୁଲ ସ୍ୱାଇଁ, ବୟସ 40 | ଗ୍ରାମ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଞ୍ଚାୟତର କୁମ୍ଭାରଗାଁ | ଘରେ ଧର୍ମ ପତ୍ନୀ ମିନତୀ ସ୍ୱାଇଁ ଓ ଦୁଇ କଅଁଳ ଶିଶୁ ପୁତ୍ର | ବିଦେଶ ଯାଇ ଯୋଉ ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ସଂସାର ଚଳେ | କିନ୍ତୁ ହଠାତ ଜୀବନର ଦୋ ଛକିରେ ଅପେକ୍ଷା କରିଥିଲା ରୋଗ | ଯୋଉ ହାତରେ ଅର୍ଥ ରୋଜଗାର କରି ପରିବାର ପ୍ରରିପୋଷଣ କରିବାର ଚେଷ୍ଟା ଚଳାଇ ଆସୁଥିଲେ ସେଇ ହାତ ଦୁଇଟି ଆଜି ଏକାମୀ | ଶେଯରେ ପଡି ପଡି ଶରୀର ର ଅବସ୍ଥା ବି ଶୋଚନୀୟ | ମେଡିକାଲ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ | ଯାହାବି କିଛି ଥିଲା ବିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ରୋଗରେ ପଡି ବର୍ତ୍ତମାନ ଦିନ ଗଣିବା ଛଡା ଆଉ କିଛି ନାହିଁ ପ୍ରଫୁଲଙ୍କ ଭାଗ୍ୟରେ | ପରିବାର କେମିତି ଚଳିବ, ଛୁଆ କେମିତି ପାଠ ପଢି ମଣିଷ ହେବେ, ସ୍ୱାମୀଙ୍କ ଦେହ କେମିତି ଭଲ ହେବ ଏ ନେଇ ଚିନ୍ତାରେ ପତ୍ନୀ ମିନତୀ |ପ୍ରଫୁଲ୍ଲ ଙ୍କ ପରିବାରରେ ପ୍ରଫୁଲତା ଭରିଦେବାକୁ ବର୍ତ୍ତମାନ ପ୍ରଶାସନ ତଥା ସାମାଜିକ ସଂଗଠନ ର ସହାୟତା ନିହାତି ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ |

ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here