ବିଧାୟକ ସାଂସଦ ବାଣ୍ଟିଲେ ରାସନ୍ ସାମଗ୍ରୀ ,ସହଯୋଗ କଲେ ସମାଜସେବୀ ବିଜେଡି ନେତା ରବିନ୍ଦ୍ର ସାହୁ

0
238

ବ୍ରହ୍ମପୁର:ବର୍ତ୍ତମାନ କୋଭିଡ ମହାମାରୀ ଏମିତି ସ୍ଥିତିକୁ ଆଣିଦେଇଛି ଯେ ଗୋଟିଏ ଗରିବ ପରିବାରର ଚଳିବା କଷ୍ଟକର ହୋଇପଡିଛି । କୋଭିଡ଼୍ ସମୟରେ ମାସ ମାସ ଧରି ଲକ୍ ଡ଼ାଉନ୍ ଜାରୀ ରହିବା ଫଳରେ ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ କିଛି ସହାୟତା କରିବା ପାଇଁ ହାତ ବଢ଼େଇ ଛନ୍ତି ବିଜେଡି ନେତା, ହାଇ କୋର୍ଟ ଓକିଲ ଓ ସମାଜସେବୀ ରବୀନ୍ଦ୍ର କୁମାର୍ ସାହୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତ୍ୱତାବଧାନରେ ଓ ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କ ଉପସ୍ଥିତି ରେ ଗୋସାଣୀ ନୁଆ ଗ୍ରାମ ସ୍ଥିତ .୨୫ ନମ୍ୱର ୱାର୍ଡରେ 400 ରୁ ଉର୍ଦ୍ଧ୍ବ ଅସହାୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଚାଉଳ, ତେଲ, କାନ୍ଦୁଲ ଯାଇ, ବାତୁଲା ଚଣା,ମାଂସ ବଡ଼ି,ଲୁଣ, ଆଳୁ, ଅଟା ଆଦି ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ମହାମାରୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା କ୍ରମେ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ବିଜେଡି ନେତା ରବିନ୍ଦ୍ର ରୋଜଗାର ହରାଇ ଦୁଃଖ କଷ୍ଟରେ ଜୀବନ ଯାପନ ବିତାଉଥିବା ଗରିବ ଅସହାୟଙ୍କୁ କିଛି ସାହାର୍ଯ୍ୟ ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରିଥିଲେ । ବିଜେଡି ନେତା ରବିନ୍ଦ୍ର ଆଗକୁ ମଧ୍ୟ ଏହି ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି କହିଛନ୍ତି ଏହି ଅବସରରେ .ବିଜେଡି ନେତା ସଂଜିତ୍ ପାଣିଗ୍ରାହି, ମଦନ ଦଳାଇ, ଗିରିଜା ଶତ ପଥି, ଧିରେଶ୍ ସାବତ ଭାଗିରଥୀ ଚୌଧୁରୀ ,ପ୍ରଦୀପ ମିଶ୍ର, ସୌମ୍ୟ ରଂଜନ ସାହ ଛାତ୍ର ବିଜେଡି ସମ୍ପାଦକ ଶକ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here