ଘର ଟିକସ ବୃଦ୍ଧିପ୍ରସଙ୍ଗ,ଲୋକଙ୍କ ଟିକସ ଅର୍ଥରେ ଲୋକଙ୍କ ବିରୁଦ୍ଧରେ ଅଦାଲତ କାହିଁକି ଯିବେ ସରକାର:ପୀତବାସ ପଣ୍ଡା

0
237

ବ୍ରହ୍ମପୁର:କୌଣସି ଜନ ଶୁଣାଣି ନକରି କିମ୍ବା ପୌର ପରିଷଦର ଅନୁମୋଦନ ନଥାଇ ରାଜ୍ୟ ସରକାର ଓ ମହାନଗର ନିଗମ କତୃପକ୍ଷ ବ୍ରହ୍ମପୁର ସହରର ଘର ଟିକସକୁ ଆଶାତିତ ଭାବରେ ବୃଦ୍ଧି କରିଛନ୍ତି l କୌଣସି ପ୍ରକାଶ ମାପଦଣ୍ଡ ନଥାଇ ପ୍ରାୟ ଘର ପିଛା ସତ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି l ଏହାକୁ ବିରୋଧ କରି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତଥା କଂଗ୍ରେସ ଦଳ ଲଗାତାର ଆନ୍ଦୋଳନ କରିଥିଲା l କିନ୍ତୁ ଦୁର୍ଭାଗ୍ୟର କଥା ଏହି ଜନ ବିରୋଧୀ ନୀତିକୁ ରାଜ୍ୟ ନବୀନ ସରକାର ପ୍ରତ୍ୟାହାର କରିବା ପରିବର୍ତ୍ତେ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ଟିକସ ଆଦାୟ କରାଗଲା l ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଲୋକଙ୍କ ସାଥିରେ ରହିବା ପରିବର୍ତ୍ତେ ନୀରବ ରହି ବର୍ଦ୍ଧିତ ଟିକସ ଆଦାୟ କୁ ସମର୍ଥନ କଲେ l ଅତଏବ ଏହି ଅଗଣତାନ୍ତ୍ରିକ ନୀତି ବିରୁଦ୍ଧରେ ବ୍ରହ୍ମପୁର ସହର ର ଜଣାଶୁଣା ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟର
ଆଶ୍ରୟ ନେଇଥିଲେ l ଶ୍ରୀ ପଣ୍ଡାଙ୍କ ଏକ ରିଟ ପିଟିସନ କୁ ବିଚାରକୁ ନେଇ ମାନ୍ୟବର ନ୍ୟାୟଳୟ ପୂରୁଣା ଦରରେ ଟିକସ ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି l ଏବଂ ୟୁଜର୍ସ ଫିଜ ଆଦାୟ ଘଟଣାରେ ଫୌରସଂସ୍ଥା ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି l
ଏଣୁ ଆଜି ଆଇନଜୀବି ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡାଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ ମହାନଗର କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଦେଇ ଅନୁରୋଧ କରିଛନ୍ତି ଯେ ସରକାର ଲୋକଙ୍କ ଠାରୁ ଆଦାୟ କରା ଯାଉଥିବା ଟିକସ ଅର୍ଥରେ ଅଦାଲତ ରେ ନାମୀ ଦାମୀ ଓକିଲ ନିଯୁକ୍ତି କରି ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଲଢ଼ିବା ପରିବର୍ତ୍ତେ ତୁରନ୍ତ ବର୍ଦ୍ଧିତ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ଓ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ବର୍ଦ୍ଧିତ ଟିକସକୁ ଫେରସ୍ତ କରନ୍ତୁ l
ଆଜିର ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ନେତା ଭୋକାଲି ସେଠୀ,ଉଦୟ ପାଣିଗ୍ରାହୀ,ଭୀମରାଜୂ ରେଡି, ରବି ଅଧିକାରୀ,ରଞ୍ଜନ ତରାଇ, ସୁଧୀର ମହାରଣା,ସାଇ ରାମ ପାତ୍ର, ସନ୍ତୋଷ ପୋଲାଇ,ଅନିରୁଦ୍ଧ ପାତ୍ର, ସୁନୀଲ ଜେନା, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର,ଜିତେନ୍ଦ୍ର ଗୌଡ଼, ମୁନା ଦୋରା,ସଞ୍ଜୟ ନାୟକ,ବବୁଲୁ ବେଗ, ରାଜୁ ନାୟକ,ଆରତୀ ପଟ୍ଟନାୟକ, ଶୃତିମୟୀ ପଟ୍ଟନାୟକ, ସୁନିତା ସାହୁ, ,ରଶ୍ମିତା ସାହୁ, ନିର୍ମଳା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here