ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ବୁଲିଲା ସଚେତନତା ରଥ

0
292

ଭଞ୍ଜନଗର :ଭଞ୍ଜନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଅଫିସ ତରଫରୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ଦେଇ ଏକ ସଚେତନତା ରଥ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା ା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବି.ଇ.ଓ ଏସ୍ ଧନଞ୍ଜୟ ପତାକା ଦେଖାଇ କରିଥିବା ବେଳେ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଙ୍କ ନେତୃତ୍ବରେ ଏହି ରଥ ବଡକୋଦଣ୍ଡା, ସାନକୋଦଣ୍ଡା ,ଗୁରାବାଡି,କାଳିଆମ୍ବା,ଗୁଡିଆମ୍ବା ଆଦି ଗ୍ରାମ ଗୁଡିକ ପରିକ୍ରମା କରିଥିଲା ା ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଓ ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରଥକୁ ଭବ୍ୟ ସ୍ବାଗତ ଜଣାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ସମସ୍ତ ଷ୍ଟାଫ, ସି.ଆର୍.ସି.ସି ମୋହନ ସାହୁ ଙ୍କ ସମେତ ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା ଓ ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here