ପାନୀୟ ଜଳର ସୁବିଧା ପାଇଲେ ଯଦୁନାଥ ପଲ୍ଲୀ ଗ୍ରାମବାସୀ

0
267

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ଗ୍ରାମ ପଞ୍ଚାୟତର ଯଦୁନାଥ ପଲ୍ଲୀ ଗ୍ରାମବାସୀଙ୍କ ଦୀର୍ଘ ଦିନର ଲାଗିରହିଥିବା ପାନୀୟ ଜଳ ସମସ୍ୟା ବର୍ତ୍ତମାନ ସମାଧାନ ହୋଇପାରିଛି।ଉକ୍ତ ଗ୍ରାମବାସୀ ଦୀର୍ଘ ଦିନ ଧରି ଏକ ବୋରିଂ ପାଇପ ଉପରେ ନିର୍ଭର କରିଆସୁଥିଲେ।ତେବେ ଗ୍ରାମବାସୀ ବ୍ୟବହାର କରୁଥିବା ବୋରିଂ ପାଣି ପିଇବା ପାଇଁ ଉପଯୋଗ୍ୟ ନଥିଲା।ଫଳରେ ଗ୍ରାମବାସୀଙ୍କ ଏହି ସମସ୍ୟା ପୂରଣ କରିବା ନିମନ୍ତେ ସ୍ଥାନୀୟ ସରପଞ୍ଚ ସଜନୀ ମହାରଣା ନିଜ ପଞ୍ଚାୟତ ଫଣ୍ଡରୁ ୬ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପାଦନ କରିଥିଲେ।ତେବେ ମଙ୍ଗଳବାର ଦିନ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ପ୍ରକଳ୍ପକୁ ଶୁଭାରମ୍ଭ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶିବରାମ ମହାରଣା,ଆର ଡବ୍ଲ୍ୟୁ ଏସ୍ ଏସ୍ ଜେଇ ସଚ୍ଚିଦାନନ୍ଦ ବିଷୋୟୀ, ପାଣ ଦାସ,ବୁଲୁ ଦାସ, ସୁକ୍ରୁ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here