ବେସାହାରା ଅନାଥ ୩ ପିଲାଙ୍କୁ ସହାୟତା ପ୍ରଦାନ

0
279

ବେଗୁନିଆପଡା: ବେସାହାରା ତିନି ଅନାଥ ପିଲାଙ୍କୁ ରେଡକ୍ରସ ପାଣ୍ଠିରୁ ଓ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ନିଜର ମାମୁଁ ମଙ୍ଗୁଳି ସାହୁଙ୍କ ଘରେ ରହି ଆସୁଥିଲେ କନିଆରବଡି ଗ୍ରାମର ରମେଶ ସାହୁ ଓ ପତ୍ନୀ ମହାଲକ୍ଷ୍ମୀ । ରମେଶଙ୍କ ବଡ ଝିଅ କୁମୁଦିନି ପୁରୁଷୋତ୍ତମପୁର ଠାରେ ବିବାହ କରିଥିବା ବେଳେ ପୁଅ ମିଥୁନ(୧୭) ମାନସିକ ସ୍ତରରେ ଦୁର୍ବଳ ଓ ତାଙ୍କ ସହ ଆଉ ଦୁଇକୁ ନେଇ ରମେଶ ଓ ମହାଲକ୍ଷ୍ମୀ ଙ୍କ ସଂସାର। ଗତ କିଛି ମାସ ତଳେ ମହାଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କୁ ଚିକତ୍ସା ପାଇଁ ବ୍ରହ୍ମପୁର ନେବା ପରେ ସେଠାରେ ତାଙ୍କର ଦୁରାରୋଗ ବୋଲି ଜଣା ପଡିବା ପରେ ସବୁ ଧାର କରଜ କରି ପତ୍ନୀଙ୍କ ଚିକିତ୍ସା କରିବା ପରେବି ତାଙ୍କଅବସ୍ଥା ସୁଧୁରିବା ବଦଳରେ ବଢିବାକୁ ଲାଗିଲା। ଗତ ୧୯/୫/୨୦୨୧ ସକାଳେ ମହାଲକ୍ଷ୍ମୀ ଚିକତ୍ସା ଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ତାଙ୍କ ଶବକୁ ନିଜ ଗାଁକୁ ଆଣି ସତ୍କାର କରି ଆସିବା ପରେ ସେହିଦିନ ସନ୍ଧ୍ୟାରେ ସ୍ୱାମୀ ରମେଶଙ୍କର ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଗୋଟିଏ ଦିନରେ ବାପା ଓ ମା ଙ୍କୁ ହରାଇ ୩ ସନ୍ତାନ ଅନାଥ ହୋଇଗଲେ। ଖବର ପାଇ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେମାନଙ୍କ ଘରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦୦୦୦/- ପ୍ରଦାନ କରିବା ସହ ପାଲ ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଅପର ପକ୍ଷରେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ଦୁଇ ଛାତ୍ରୀକୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଷଣ୍ଢମୂଳ ଗ୍ରାମବାସୀ ମଧ୍ୟ ଏହି ସନ୍ତାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏପରି ସ୍ଥଳେ ପ୍ରଶାସନ କିମ୍ବା ସ୍ବେଛାସେବୀ ଅନୁଷ୍ଠାନ ଅଥବା କୌଣସି ସହୃଦୟ ବ୍ୟକ୍ତି ଏହି ଅନାଥ ପିଲାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତେ ଅନୁରୋଧ କରିଛନ୍ତି।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here