ଗଞ୍ଜେଇ ସହ ବାଇକ ଜବତ,୨ଗିରଫ

0
495

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କୌଣସି ସୂତ୍ରରୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭଞ୍ଜନଗର ପୁଲିସ ଜାତୀୟ ରାଜପଥ ୧୫୭ ଗଣ୍ଡିସୁଳା ଛକ ନିକଟରେ ଥାନା ସବ ଇନ୍ସପେକ୍ଟର ଲିତାରାଣୀ ପରିଡା ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ସେଠାରେ ଛକି ରହିଥିଲେ। ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ଟିଭିଏସ ବାଇକ ଓଡ଼ି୦୨ଏଭି୬୨୫୪ ରେ ଦୁଇଜଣ ଯୁବକ ଆସୁଥିବା ଦେଖି ସନ୍ଦେହରେ ସେମାନଙ୍କୁ ଅଟକାଇ ତଲାସୀ ନେବା ପରେ ସେମାନେ ଧରିଥିବା ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଫଳରେ ଏହି ଘଟଣାରେ ଜଡିତ ଥିବାରୁ ୨ଜଣଙ୍କୁ ପୁଲିସ ଗିରଫ ହେବା ସହ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳର ମନୋଜ ସାହୁ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର ମନୋଜ ସେଠୀ। ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିବା ପରେ ପୁଲିସ ଗଞ୍ଜେଇ ଓ ବାଇକ କୁ ଜବତ କରିବା ସହ ୨୦କେଜିରୁ ଉର୍ଦ୍ଧ୍ବ ଗଂଜେଇ ଥିବା ଜଣାପଡିଛି। ଏ ନେଇ କେସ ନମ୍ବର ୨୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ଗଞ୍ଜେଇ ବାଲିଗୁଡା ରୁ ଭୁବନେଶ୍ୱର ବ୍ୟବସାୟ ଉଦେଶ୍ୟରେ ଚାଲାଣ କରାଯାଉଥିବା ନେଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here