ରବିଘୋଷ ବିଦ୍ୟାପୀଠ ଶିକ୍ଷୟିତ୍ରୀଙ୍କ ଦେହାନ୍ତ

0
347

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ରବିଘୋଷ ବିଦ୍ୟାପୀଠ ର ଶିକ୍ଷୟତ୍ରୀ ବର୍ଷାରାଣୀ ପରିଡା (୨୯)ଙ୍କ ଆଜି ଭୋର ୩.୪୫ ମିନିଟ୍ ସମୟରେ ଦେହାନ୍ତ ହୋଇଛି । ଫୁସଫୁସ ଜନିତ ଅସୁବିଧା ଯୋଗୁଁ ସେ କଟକ ଏସ୍ ସି ବି ମେଡ଼ିକାଲରେ ଚିକିତ୍ସିତ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୨୯ ବର୍ଷ ହୋଇଥିଲା । ସ୍ବର୍ଗତ ବର୍ଷାରାଣୀଙ୍କ ଘର ଭାଲ୍ୟାଝର ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଗନ୍ନାଥ ବାରିକ ଶିକ୍ଷକ ଥିବା ବେଳେ ନୂଆଁଗଡ଼ କ୍ଲଷ୍ଟରରେ ସିଆରସିସ ଭାବେ କାର୍ଯ୍ୟ କରନ୍ତି । ଶିକ୍ଷୟିତ୍ରୀ ବର୍ଷାରାଣୀ ଜଣେ ମେଳାପୀ, ଛାତ୍ରବତ୍ସଳା, ମିଷ୍ଟଭାଷୀ ପ୍ରକୃତିର ଥିଲେ। ଏହି ଶିକ୍ଷୟିତ୍ରୀଙ୍କ ଦେହାନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳ, ଶିକ୍ଷକ ସମାଜ ବିଶେଷ କରି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଗଭୀର ଆଘାତ ପହଞ୍ଚିଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here