“ ସୁରେକ୍ଷିତ ହାମ୍ ଔର ସୁରକ୍ଷିତ ତୁମ ର ଅଭିଯାନ ”

0
316

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା) ସୁରକ୍ଷିତ ହାମ୍ ସୁରକ୍ଷିତ ତୁମ ର ସଂପର୍କରେ ଆଜି Virtual Mode ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ Piramil Foundation ର Project Director, ଶ୍ରୀ ପୁନଜିତ୍ ନିତାନୀ ଏବଂ ନବରଙ୍ଗପୁର ଜିଲ୍ଲାର ଦାୟିତ୍ୱରେ ଥିବା Co-ordinator, ଶ୍ରୀ ଜିତେଶ ପାଣ୍ଡେ, ଜିଲ୍ଲାର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର Nodal Officer (Project Director, DRDA, Nabarangpur), CDM &PHO ଏବଂ ଜିଲ୍ଲାର ୧୭ ଗୋଟି NGO ଙ୍କ ସହିତ ବିତ୍ସୃତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଯେଉଁ ୧୭ ଜଣ NGO ବର୍ତ୍ତମାନ ପରିସ୍ଥିତିରେ Covid-୧୯ ର Appropriate Behaviour ପାଳନ କରିବା ପାଇଁ, Tracing କରିବା ପାଇଁ, Testing କରିବା ପାଇଁ ତଥା Treating (Vaccination) କରିବା ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ଉପସ୍ଥାପନା କରାଯାଇଥିଲା । Piramil Foundation ର Volunteer ମାନେ ଜିଲ୍ଲା ପ୍ରଶାସନ ତଥା ବର୍ତ୍ତମାନ କାମ କରୁଥିବା NGO ମାନଙ୍କର ସହାୟତା ନେଇ କେମିତି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ Covid Appropriate Behaviour ର ସଚେତନତା କରାଇ ପାରିବେ, Home Isolation ରେ ରହିଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ପାରିବ, କିପରି ଭଲ ଚିକିତ୍ସା ଦିଆଯାଇପାରିବ ଏବଂ ବିଶେଷ କରି ଆମେ ସମସ୍ତେ କିପରି ସୁରକ୍ଷିତ ରହିପାରିବା, ତାହା ଉପରେ ଖସଡା ପ୍ରସ୍ତୁତ ହୋଇ ଆଗାମୀ ଦିନରେ କାର୍ଯ୍ୟ କରିବାପାଇଁ ଆଲୋଚନା କରାଯାଇଥିଲା । ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ ୪ ଗୋଟି ପ୍ରକଳ୍ପ ଯଥା :- ୧) e-Nam, ୨) Smart Class Room, ୩) Micro Irrigation ଏବଂ ୪) Anemia Mukta Block ର ସଫଳ ରୂପାୟନର ସହଭାଗିତାର ଯେଉଁ କାମ ହୋଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here