କୁଟିଆ ଆଦିମ ଜନଜାତି ଙ୍କୁ ସାହାରା ପକ୍ଷରୁ କରୋନା ସଚେତନତା

0
254

ବାଲିଗୁଡା(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ କରୋନା କବଳରୁ ସୁରକ୍ଷା ପାଇଁ ଜରୁରୀ ହୋଇ ପଡ଼ିଛି। ପ୍ରଥମ ଓ ଦ୍ୱିତୀୟ ଲହର ରେ ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ କରୋନା ଛୁଇଁ ପାରିନଥିବା ବେଳେ କିଭଳି ୪୫ ବର୍ଷ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସମସ୍ତେ କିଭଳି ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫଲେଟ ପ୍ରଦାନ କରଯାଇଥିଲା। ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସଂପାଦକ ସୁକାନ୍ତ ନାୟକ ତୁମୁଡ଼ିବନ୍ଧ ବ୍ଲକ ର ମୁଣ୍ଡିଗଡ଼ ପଞ୍ଚାୟତ ର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତ ର ଗରାଙ୍ଗୀ, ବେଲଘର ପଞ୍ଚାୟତ ର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି ୧୦ଟିଗାଁର ୩୦୦ ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟୀକା କାରଣ ଉପରେ ଗୁରୁତ୍ବ ଦେଇ ସଚେତନତା କରିଥଲେ।ତୃତୀୟ ଲହର କିଭଳି କୁଟିଆ କନ୍ଧ ଙ୍କୁ ଛୁଇଁ ପାରିବ ନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ ଗ୍ରାମବାସୀ ମାନଙ୍କୁ କହିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here