କରସିଙ୍ଗିରେ ବୁଗୁଡା ଥାନା “ଆମ ପୋଲିସ ସମିତି” ବୈଠକ

0
942

ବୁଗୁଡା: ବୁଗୁଡା ଥାନା “ଆମ ପୋଲିସ ସମିତି” ର ବୈଠକ କରସିଙ୍ଗି ଗ୍ରାମ ପଞ୍ଚାୟତର ସଭା ଗୃହରେ ଅକ୍ଟୋବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଣିଗାରେଡି, ଖଟବିଦ୍ୟା,ରୋଗ ଭଲ କରିବା ନାମରେ ଝାଡ଼ାଫୁଙ୍କା ପ୍ରଭୃତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବହୁ ସ୍ଥାନରେ ଜନସାଧାରଣ ଆଇନ ହାତକୁ ନେଉଥିବା ବେଳେ ଏଥିପାଇଁ ଜନସଚେତନତା ସୃଷ୍ଟି କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏତଦ୍ ବ୍ୟତୀତ ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇବା, ମୋବାଇଲରେ କଥାହୋଇ ଗାଡି ଚଳାଚଳ କରିବା, ଗାଡିର ପରିବହନ ଶକ୍ତି ଠାରୁ ଅଧିକ ଲୋକ ବସିବା, ନାବାଳକ/ନାବାଳିକା ଙ୍କ ଗାଡି ଚାଳନା ପ୍ରଭୃତି ଯୋଗୁଁ ବହୁ ଦୁର୍ଘଟଣା ଘଟିବା ସମ୍ଭାବନା ଥିବା ଯୋଗୁଁ ସଡକ ସୁରକ୍ଷା ପାଇଁ ସଚେତନତା ଓ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠିକ କରାଗଲା। ଏଥିସହ ସାଇବର କ୍ରାଇମ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ, ବିଶ୍ୱମୋହନ ମିଶ୍ର, ସୁରେଶ ଚନ୍ଦ୍ର ଦାଶ, ଖଲି ପରିଡା, ଗଙ୍ଗାଧର ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here