ମୋରାମ ଚୋରା ଚାଲାଣ, ଦୁଇ ଟ୍ରାକ୍ଟର ଜବତ, ୨୯୬୪୦ ଟଙ୍କା ଜରିମାନା

0
264

ବୁଗୁଡା: ବୁଗୁଡା ତହସିଲ,ମୋଟାବାଡ଼ି ସର୍କଲ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ ଦୁଇଟି ଟ୍ରାକ୍ଟରରେ ଲଘୁ ଖଣିଜ ସଂପଦ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବୁଗୁଡା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ମୋଟାବାଡ଼ି ରାଜସ୍ୱ ନିରୀକ୍ଷକ ନରେନ୍ଦ୍ର ଗୌଡ଼ ଚଢ଼ାଉ କରି ଦୁଇ ଟ୍ରାକ୍ଟରକୁ ଜୁନ ୪ ତାରିଖ ଦିନ ଜବତ କରିଥିଲେ। ପ୍ରତ୍ୟେକ ଟ୍ରାକ୍ଟରରୁ ୧୦,୩୨୦ ଟଙ୍କା ହିସାବରେ ଦୁଇ ଗାଡିରୁ ମୋଟ କୋଡିଏ ହଜାର ଛଅ ଶହ ଚାଳସୀ ଟଙ୍କା ଜରିମାନା ଆଦାୟ କରାଯାଇ ଗାଡି ଛଡ଼ାଯାଇଥିବା ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here