ଖଜୁରୀ ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

0
341

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ନିମଖଣ୍ଡି ବେଢାବନ୍ଧ ହୁଡ଼ାରେ ଆଜି ଏକ ଶୁଖିଲା ଖଜୁରୀ ଗଛରେ ଜଣେ ଯୁବକର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ।ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ସଦର ଥାନା ଅନ୍ତର୍ଗତ ଲୋଚାପଡା ମେରା ସାହି ନିକଟସ୍ଥ ଗୋବିନ୍ଦ ବିହାର ପ୍ରଥମ ଲାଇନର ଟି.ଭେଙ୍କଟ ରାଓ ଙ୍କ ସାନ ପୁଅ ଟି. ରାକେଶ ରାଓ(୨୨) ନିଜ ବଡ଼ ଭାଇ ଟି. ରାଜେଶ ରାଓ(୨୭)ଙ୍କ ଘରେ ରହୁଥିଲା।କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣକୁ ଗତ କିଛି ଦିନ ଧରି କଳହ ଲାଗିରହିଥିଲା।କିନ୍ତୁ ଗତ ତିନି ଦିନ ପୂର୍ବରୁ ସାନ ଭାଇ ରାକେଶ ଘର ଛାଡ଼ି କେଉଁ ଆଡେ ଚାଲିଯାଇଥିଲା।ଏହା ପରେ ବଡ଼ ଭାଇ ରାଜେଶ ସାନ ଭାଇ ରାକେଶକୁ ଫୋନ କରି ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଲାଗିନଥିଲା।ଏବଂ ଆଜି ସକାଳେ ରାକେଶର ମୃତ ଦେହ ନିମଖଣ୍ଡି ଗ୍ରାମ ନିକଟରେ ଥିବା ବେଢା ବନ୍ଦ ପୋଖରୀ ହୁଡ଼ାରେ ଥିବା ଏକ ଶୁଖିଲା ଖଜୁରୀ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିବାକୁ ମିଳିଥିଲା।ଏହି ଘଟଣା ଜାଣିବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିବା ବେଳେ ବଡ଼ ଭାଇ ରାଜେଶ ଏହି ଘଟଣାକୁ ନେଇ ଲିଖିତ ଭାବେ ସଦର ଥାନାରେ ଜଣାଇଥିଲେ। ଏହାକୁ ଆଧାର କରି ସଦର ଥାନା କେସ ନଂ- ୨୫/୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।ତେବେ ରାକେଶ ନିଜେ ରସି ଲଗାଇ ଆତ୍ମହତ୍ୟା କରିଛି ନା କୌଣସି ବ୍ୟକ୍ତି ରାକେଶକୁ ହତ୍ୟା କରିଛି ତାହା ବର୍ତ୍ତମାନ ସାଧାରଣରେ ସନ୍ଧେହ ସୃଷ୍ଟି କରିଛି।କାରଣ ମୃତ ଯୁବକର ଶରୀର ଶୂନ୍ୟରେ ଝୁଲି ରହିବା ପରିବର୍ତେ ତାର ଦୁଇ ଆଣ୍ଠୁ ସମ୍ପୂର୍ଣ୍ଣ ଭୂମିକୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି।ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here