ବିନା ଭକ୍ତରେ ମା’ ସିଂହାସିନୀ ପୀଠରେ ପାଳନ ହେବ ରଜପର୍ବ

0
305

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମ ପଞ୍ଚାୟତର କସିପଡା ଗ୍ରାମର ଜଙ୍ଗଲ ମଧ୍ୟରେ ପ୍ରତିଷ୍ଠିତ ମା’ ସିଂହାସିନୀ ପୀଠ ଅବସ୍ଥିତ। ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପୂଜା ପାଉଥିବା ମା’ ଙ୍କ ଏହି ପୀଠ ଗାଞ୍ଜାମର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ମା’ ସିଂହାସିନୀ ଉନ୍ନୟନ କମିଟିର ଅଧ୍ୟକ୍ଷ ହେବାପରେ ଏହି ପୀଠ ଅଗମ୍ୟ ଅଞ୍ଚଳ ରୁ ସୁଗମ୍ୟ ଅଞ୍ଚଳ ଭାବେ ପରିଣତ ହୋଇଛି। ଜୁନ ୩ ତାରିଖ ଦିନ ମା’ ସିଂହାସିନୀ ଉନ୍ନୟନ କମିଟିର ବୈଠକ କମିଟିର ଅଧ୍ୟକ୍ଷ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମା’ ସିଂହାସିନୀ ଙ୍କ ପୀଠରେ ତିନିଦିନ ପାଇଁ ରଜ ପର୍ବ ପାଳନ ହେଉଥିବା ବେଳେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସେହି ବିଷୟରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣ ଅଧିକ ଥିବାଯୋଗୁଁ ରଜ ପର୍ବ ଉତ୍ସବ ପାଳନ ବନ୍ଦ କରିବା ସହ ବିଧି ପାଳନ ପାଇଁ କେବଳ ପୂଜାକମାନେ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ସରକାରୀ କର୍ମଚାରୀ ବୃନ୍ଦ ଏବଂ ଉନ୍ନୟନ କମିଟିର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here