ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

0
354

ଭଞ୍ଜନଗର: ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୟାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଉଛି।ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ କୁମାର ପଣ୍ଡା,ତହସିଲଦାର ମନୋଜ କୁମାର ତ୍ରିପାଠୀ ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉଛାହିତ କରିଥିଲେ।ଭଞ୍ଜନଗର ରକ୍ତଭଣ୍ଡାର ର କର୍ମଚାରୀ ସୁରେନ୍ଦ୍ର ମହାପାତ୍ର, ଚିତ୍ତରଞ୍ଜନ ଖଟୁଆ,ଇତିଶ୍ରୀ ତ୍ରିପାଠୀ, ଅନୀଲ ମେହେର,ବିପିନ କୁମାର ପାଣିଗ୍ରାହୀ, ନିବେଦିତ ବେହେରା,ନାରାୟଣ ପାଢ଼ୀ,ଓ ପ୍ରମୋଦ କୁମାର ପ୍ରଧାନ ପ୍ରମୂଖ ସ୍ବେଚ୍ଛାସେବୀ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ୭୫ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ସ୍ଵଇଚ୍ଛା ରେ ରକ୍ତଦାନ କରିଥିଲେ। ଥାନା ର ସମସ୍ତ କର୍ମଚାରୀ, ଦମକଳ ବାହିନୀ ର କର୍ମଚାରୀ, ଯୁବ ସମାଜସେବୀ ଅମୀର ସ୍ବାଇଁ, ରେଡ଼କ୍ରସ ଓ ଏସ.ଭି.ଓ କର୍ମକର୍ତ୍ତା ସରୋଜ କୁମାର ନାୟକ ଓ ସାଥି ମନେ ରକ୍ତ ଦାନ ଶିବିର ରେ ସହାୟତା କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here