ଡାବୁଗାଁରେ ଗଡିଲା କରୋନା ସଚେତନତା ରଥ

0
459

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ କରୋନା ସଚେତନତା ରଥକୁ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ସବୁଜ ପତାକା ଦେଖାଇ ବୁଧବାର ଉଦଘାଟନ କରିଛନ୍ତି | ଡାବୁଗାଁ ବ୍ଲକ ପ୍ରଶାସନ ଓ ସ୍ପ୍ରେଡ ସଂଗଠନର ମିଳିତ କରୋନା ସଚେତନତା ରଥ ଆଜି ଠାରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଚାଲିବ | ଏହି ସଚେତନତା ରଥ ମାଧ୍ୟମରେ କରୋନା ଭୂତାଣୁ ରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ମାନ ପ୍ରଚାର କରିବେ | ଯଥା – ସଚେତନତା ବାର୍ତ୍ତା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର, ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା, ଟୀକା ନେବା ପାଇଁ ଅନଲାଇନ ରେଜିଷ୍ଟେସନ କରିବା ଆଦି ପ୍ରଚାର କରାଯିବା ସହ ଲୋକଙ୍କୁ ରୋଗକୁ ଭୟ କରି ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦିଆଯିବ | ଏଥିରେ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ସିଂ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ॰ଡି॰ ପ୍ରସାଦ, ସ୍ପ୍ରେଡ ର ପଞ୍ଚାୟତ ସଂଯୋଜକ ଅରବିନ୍ଦ ନାୟକ ଓ ଡମ୍ବରୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ |

ରିପୋଟ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here