ସମ୍ବାଦ ସାହିତ୍ୟ ଘର ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା

0
228

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର,ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏଇ ଅଳ୍ପ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ପ୍ରଖ୍ୟାତ ଲେଖକ ମନୋଜ ଦାସ, ବିଶିଷ୍ଟ ସ୍ଥପତି ତଥା ରାଜ୍ୟ ସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର,ଭଞ୍ଜନଗରର ପୂର୍ବତନ ବିଧାୟକ ତଥା ଅଭିନେତା ଉମାକାନ୍ତ ମିଶ୍ର ଏବଂ ସମ୍ବାଦ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ ସହକାରୀ ବନ ସଂରକ୍ଷକ ଗୋକୁଳ ଚନ୍ଦ୍ର ଶତପଥୀଙ୍କ ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସଭା କୋଭିଡ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ଘର ର ସଭାପତି କୃତିବାସ ବିଶ୍ବାଳ, ଉପଦେଷ୍ଟା ଶୂଳପାଣି ଶତପଥୀ,ଉପସଭାପତି ନେତାଜୀ ବିଷୋୟୀ,ସଂପାଦକ ସନ୍ତୋଷ ଜେନା,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ,ବରିଷ୍ଠ ସଦସ୍ୟ ଜଗବନ୍ଧୁ ଜେନା,ସୁରେଶ ଚନ୍ଦ୍ର ସ୍ବାଇଁ,ସୁବାଷ ଚନ୍ଦ୍ର ତାରିଣୀ,ଅନୁପମ ବାନାର୍ଜୀ,ଅଶୋକ ସାହୁ,ଅଜିତ କୁମାର ତ୍ରିପାଠୀ ,ଅବସର ପ୍ରାପ୍ତ ବନପାଳ ପାଉଲ ପ୍ରଧାନ ପ୍ରମୁଖ ଏହି ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଅମର ଆତ୍ମାଗୁଡିକର ସଦଗତି କାମନା କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ । ଏତଦ ବ୍ୟତୀତ କୋଭିଡ ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦଗତି କାମନା ନିମିତ୍ତ ସଭା ପ୍ରାରମ୍ଭରୁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ବବିରଥ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାନିଟାଇଜେସନ ରେ ସହଯୋଗ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here