ବୁଗୁଡା ବ୍ଳକର ଗୋଳାବନ୍ଧ ପାଞ୍ଚାୟତରେ ଦୁଇ ମୃତ୍ୟୁ

0
272

ବୁଗୁଡା : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପାଞ୍ଚାୟତର ବେତାରସିଂ ଗ୍ରାମର ଅବସରପ୍ରାପ୍ତ ଫାର୍ମାସିଷ୍ଟ ଖଲି ସେଠୀ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୨୫ ତାରିଖ ଅପରାହ୍ନ ୨ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଳାବନ୍ଧ ଗ୍ରାମର କୁମୁଦିନି ଦାଶ ମଇ ୨୬ ତାରିଖ ଦିନ ଅପରାହ୍ନ ଗୋଟାଏ ବେଳେ ବୁଗୁଡା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବେତାରସିଂ ଗ୍ରାମର ଅବସରପ୍ରାପ୍ତ ହୋମିଓ ଫାର୍ମାସିଷ୍ଟ ଖଲି ସେଠୀ ବୁଗୁଡା ମୁଖ୍ୟ ସଡକର ବ୍ଲକ ଅଫିସ ବିପରୀତ ପାର୍ଶ୍ୱରେ ହୋମିଓପାଥି ଔଷଧ ଦୋକାନ କରିଥିବା ବେଳେ ଜ୍ୱର କାଶ ହେବା ଯୋଗୁଁ ପରୀକ୍ଷା ପରେ ମଇ ୨୩ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସା ହେଉଥିଲେ। ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସ୍ବର୍ଗତ ସେଠୀଙ୍କ ଦୁଇ ପୁଅ କୃଷି ଗ୍ରାମସେବକ ଅଶୋକ କୁମାର ସେଠୀ ଓ ପିପୁଲସ କଲେଜ ଅର୍ଥନୀତି ବିଭାଗ ଅଧ୍ୟାପକ ଅନିଲ କୁମାର ସେଠୀ ବାପାଙ୍କ ଶେଷ ଦର୍ଶନ ପରେ କୋଭିଡ଼ି ନିୟମ ପ୍ରକାରେ ବ୍ରହ୍ମପୁରରେ ସଂସ୍କାର କରାଯାଇଥିଲା। ସେହିପରି ଗୋଳାବନ୍ଧ ଗ୍ରାମର କୁମୁଦିନି ଦାଶ ଙ୍କ ଭୀଷଣ ଜ୍ଵର ସହ ଅମ୍ଳଜାନ ସ୍ତର କମ୍ ଥିବା ବେଳେ ବୁଗୁଡା ମେଡ଼ିକାଲରେ ମଇ ୨୬ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ। କୋଭିଡ ସନ୍ଦେହରେ କେହି ଶବ ସତ୍କାର ପାଇଁ ଆସିନଥିବା ବେଳେ ସ୍ୱର୍ଗତ ଶ୍ରୀମତୀ ଦାଶ ଙ୍କ ଜ୍ଵାଇଁ ରବିନ୍ଦ୍ର ପଣ୍ଡାଙ୍କ ସହ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ, ପିଇଓ ବାଳକୃଷ୍ଣ ଜେନା, ସମିତି ସଭ୍ୟାଙ୍କ ପ୍ରତିନିଧି ପିତାମ୍ବର ସେଠୀ, ଗୋବିନ୍ଦ ଦାଶ, ମାର୍କଣ୍ଡ ଦାଶ, କାଶୀନାଥ ଜେନା, ଅଭି ଗୌଡ଼, ଅଳୀଅ ଗୌଡ଼ ପ୍ରମୁଖ ବିଡ଼ିଓ ତନ୍ମୟ ପାତ୍ରଙ୍କ ଠାରୁ ପିପିଇ କିଟ୍ ଗ୍ରହଣ କରି ପରିଧାନ କରି ଶବ ଦାହ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here