କୃଷ୍ଣ ସାରମୁର୍ଗ କୁ ବଞ୍ଚାଇବାକୁ ଯାଇ ଅଟୋ ଓଲଟି ୫ଜଣ ଯାତ୍ରୀ ଆହତ

0
396

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଂଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଏକ ଯାତ୍ରୀ ବାହୀ ଅଟୋ ଓଲଟି ୫ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଉଜଳା ଯୋଜନାରେ ମାଗଣା ଗ୍ୟାସ ଯୋଗାଇ ଦିଆଯାଉଥିବା ନେଇ ଆହତ ୫ଜଣ ଏ. କରଡାବାଡ଼ି ଗ୍ରାମର ରଂଝୁତା ସ୍ୱାଇଁ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ରଙ୍ଗବତୀ ଡାକୁଆ, ବିଷ୍ଣୁଚକ୍ର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବଣପଲି ଗ୍ରାମର ଲାବନି ନାୟକ କଳବ ଗ୍ରାମରେ ଥିବା ଗ୍ୟାସ ଅଫିସ କୁ ଯାଇଥିଲେ। ହେଲେ ଫେରିବା ସମୟରେ ହଠାତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ବିଲମାଳ ରୁ ଏକ ମୁର୍ଗସାର ବାହାରି ପଡିବାରୁ ମୁର୍ଗସାର କୁ ବଞ୍ଚାଇବାକୁ ଯାଇ ଅଟୋ ଟି ରାସ୍ତା କଡରେ ଥିବା ବନ ବିଭାଗର ଏକ ନାମଫଳକ କୁ ପିଟି ହୋଇଯାଇଥିଲା। ଫଳରେ ଅଟୋ ଟି ବିଲମାଳ କୁ ଓଲଟି ପଡିବା ସହ ଅଟୋରେ ବସିଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ୫ ଜଣଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଥି ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here