ବିରଞ୍ଚିପୁର ପଞ୍ଚାୟତ : ବିଜୁ ଜନତା ଦଳର ମିଶ୍ରଣ ପର୍ବ

0
230

ବୁଗୁଡା:ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକ ବିରଞ୍ଚିପୁର ପଞ୍ଚାୟତର ଅନ୍ୟ ପାର୍ଟିର ପ୍ରାୟ ୪୦ ଜଣ ସକ୍ରିୟ କର୍ମୀ ବିଜୁ ଜନତା ଦଳରେ ଜାନୁଆରୀ ୪ ତାରିଖ ଦିନ ସାମିଲ ହୋଇଥିବା ଜଣାପଡିଛି। ହାତୀଓଟ ଗ୍ରାମର ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ବିଜେଡି ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରି ବିଜେଡିରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଉତ୍ତମ ଶାସନରେ ଅନୁପ୍ରାଣିତ ହେବା ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଦକ୍ଷତା ଓ ଲୋକସମ୍ପର୍କରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା କର୍ମୀ ବୃନ୍ଦ ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here