ସମାଜସେବୀ କିଶୋରଚନ୍ଦ୍ର ଖଟେଇଙ୍କ ଦେହାନ୍ତ

0
369

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମର ବାଣାୟତ ଓଡ଼ିଆ ସମାଜର ତାଲୁକା ଉପଦେଷ୍ଟା ତଥା ମଙ୍ଗଳପୁର ଗ୍ରାମର ସମାଜ ସଭାପତି କିଶୋରଚନ୍ଦ୍ର ଖଟେଇଙ୍କର 65 ବର୍ଷ ବୟସରେ ଗତକାଲି ରାତିରେ ବ୍ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ୱର୍ଗତ ଖଟେଇଙ୍କ ନିଜ ଗ୍ରାମ ଓ ତାଲୁକାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ କିଶୋରଚନ୍ଦ୍ର ଜଣେ ସୁସଂଗଠକ ଏବଂ ପରୋଉପକାରୀ ବ୍ୟକ୍ତିତ୍ୱ ଥିଲେ I ସେ ତିନି ବର୍ଷ ହେବ ଚାକିରୀରୁ ଅବସର ନେବାପରେ ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ ଏବଂ ଗଠନମୂଳକ କାର୍ଯ୍ୟରେ ନିଜକୁ ସର୍ବଦା ସାମିଲ ରଖୁଥିଲେ।ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି।ସ୍ୱର୍ଗତ ଖଟେଇଙ୍କ ମରଶରୀରକୁ ନିଜ ଜନ୍ମମାଟି ମଙ୍ଗଳପୁରକୁ ଅଣାଯାଇ ଗ୍ରାମ ଶ୍ମାଶାନରେ ସଂପୂର୍ଣ୍ଣ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା I ତାଙ୍କରି ଅକାଳ ବିୟୋଗରେ ବାଣାୟତ ଓଡ଼ିଆ ସମାଜର ତାଲୁକା ସଭାପତି, ସମ୍ପାଦକ, କର୍ମକର୍ତ୍ତା ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here