ତିନି ଦୋକାନ ସିଲ, ତିନି ଦୋକାନିଙ୍କୁ ଫାଇନ

0
278

ବୁଗୁଡା:ବୁଗୁଡା ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ଅଧିକ ଥିବାବେଳେ କରୋନା ସଂକ୍ରମଣ କିପରି କମିବ, ସେଥିପାଇଁ ପ୍ରଶାସନ ଦିବାରାତ୍ର ଏକା କରିଦେଇଥିବା ଅମାନିଆମାନେ ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। ଗତ କାଲି ବିଧାୟକ, ତହସିଲଦାର, ବିଡ଼ିଓ ଓ ଏନଏସି ଇଓ ଙ୍କ କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ କଠୋର ପଦକ୍ଷେପ ଗ୍ରହଣ ପାଇଁ ସ୍ଥିର ହୋଇଥିଲା। ଏଣେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲକ୍ ଡାଉନ ଆଇନ ପାଳନ ପାଇଁ କଡା ନିର୍ଦ୍ଦେଶ। ବୁଗୁଡା ଅଞ୍ଚଳରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡ଼ିଓ ତନ୍ମୟ ପାତ୍ର, ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଏନଏସି ଇଓ ରଶ୍ମିରଞ୍ଜନ ଦାଶ ବାରମ୍ବାର ଜନସାଧାରଣ ଙ୍କୁ ସଚେତନ କଲେ ମଧ୍ୟ କେତକ ଅମାନିଆ ଯୋଗୁଁ ବୁଗୁଡା ଅଞ୍ଚଳର ଏନଏସି ଓ ୧୯ ଟି ପାଞ୍ଚାୟତ ରେଡ ଜୋନ ଭାବେ ଘୋଷିତ ହୋଇଛି। ଏହିସବୁ କାରଣ ଯୋଗୁଁ ମଇ ୨୦ ତାରିଖ ଦିନ ବୁଗୁଡା ଏନଏସିର ଲକ୍ ଡାଉନ ଓ କରୋନା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଗୋଟିଏ ଅଳଙ୍କାର ଦେକାନ ଓ ଦୁଇଟି ଚପଲ ଦୋକାନ, ଏହିପରି ତିନିଟି ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଥିବା ବେଳେ ଦୁଇଟି ଲୁଗା ଦୋକାନ ଓ ଗୋଟିଏ ଷ୍ଟେସନାରୀ ଦୋକାନରୁ ଏକ ହଜାର ଲେଖାଁଏ ତିନି ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଜିର ଏହି ଚଢ଼ାଉ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ଏନଏସି ନୋଡାଲ ଅଫିସର କାଳୁ ଚରଣ ରଥ, କନିଷ୍ଟ ଯନ୍ତ୍ରୀ ରୋଶନ ପ୍ରଧାନ ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here