ବାଉଁଶଲୁଣ୍ଡି ପଂଚାୟତରେ କୋରନା ଆଣ୍ଟିଜେନ ପରୀକ୍ଷା

0
230

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କୋରନା ମହାମାରୀର ଦିତୀୟ ଲହରର ଭୟାବହ କୁ ରୋକିବା ପାଇଁ ବାଉଁଶଲୁଣ୍ଡି ପଂଚାୟତ କାଯ୍ୟାଳୟ ପରିସରରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ୩୫ଜଣ ଲୋକଙ୍କ କୋରନାର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଙ୍କ ନେତୃତ୍ୱରେ ଗାଲେରୀ ସ୍ୱାସ୍ଥ୍ୟ କେନ୍ଦ୍ର ଲେବ୍ରରଟେରୀ ଟେକ୍ନସିଆନ କୋଭିଡ ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇ ଲୋକଙ୍କ ପରୀକ୍ଷା କରିଥିଲେ। ବାଉଁଶଲୁଣ୍ଡି ସରପଞ୍ଚ ତାରେଣୀ ନାୟକ,ଜିଆରଏସ ସୁନିତା ନାୟକ,ସାମାଜିକ କର୍ମୀ ବସନ୍ତ କୁମାର ସ୍ୱାଇଁ,ଶାନ୍ତିଲତା ପ୍ରଧାନ ଓ ଆଇନଜୀବୀ ଅଶୋକ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରୀକ୍ଷା କରିଥିବା ସମସ୍ତ ବ୍ୟକ୍ତିଙ୍କ ଫଳାଫଳ ନିଜ ନିଜ ମୋବାଇଲ ରେ ଏସଏମଏସ ଜରିଆରେ ଆସିବ ବୋଲି କୁହାଯାଇଛି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here