ଦାଦାବଟି ମାଗିବା ଓ  ଧମକଚମକକୁ ନେଇ ଦୁଇ ଗିରଫ

0
271

ପାରଳାଖେମୁଣ୍ଡି-:ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ପୋଲିସ ପୁଲିସ ଅଧିନରେ ଚାଲୁଥିବା ଦାଦା ବଟି ଆଦାୟ କରୁଥିବା ଓ ଧମକ ଚମକ ଦେଉଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ । ଆର୍‌.ଉଦୟଗିରି ଥାନା  ଅଧିକାରୀ କହିବା ଅନୁସାରେ  ଛେଳିଗଡ ଜଳ ପ୍ରକଳ୍ପ ନିର୍ମାଣ ସକାଶେ କୂଆଁପଡା ଗ୍ରାମ ନିକଟରେ ସାରଳା ପ୍ରଜେକ୍ଟ ତରଫରୁ ଅସ୍ଥାୟୀ କ୍ୟାମ୍ପ କରାଯାଇ କର୍ମଚାରୀ ଓ ମଜୁରିଆମାନେ ଦିବାରାତ୍ର କାର୍ଯ୍ୟ ତୁଲାଉଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟ ବିଏଚ୍‌.ନାଗାରାଜୁଙ୍କ ତତ୍ୱାବଧନାରେ ଚାଲୁ ରହିଛି । ହେଲେ ଗତ ସୋମବାର ସନ୍ଧ୍ୟା ସମୟରେ ଦୁଇଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ତପ୍ତପାଣିର ମୁନା ଓରଫ ସନ୍ତୋଷ କୁମାର ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ମହେନ୍ଦ୍ରଗଡର କୁରେଶ ଦଳାଇ କ୍ୟାମ୍ପ ଭିତରେ ବେଆଇନ ଭାବେ ଅବାଧ ପ୍ରବେଶ କରି ନାଗାରାଜୁଙ୍କୁ ୪୦ହଜାର ଟଙ୍କା ମାମୁଲି ଦେବା ପାଇଁ ବାଧ୍ୟ କରିଥିଲେ । କଥାକୁ ନେଇ ନାଗାରାଜୁ ଉପରିସ୍ଥ ଅଫିସରଙ୍କୁ ଜଣାଇବି ବୋଲି କହିଥିଲେ । ଏହାପରେ ମୁନା ନିଜ ମୋବାଇଲ ନମ୍ବର ନାଗାରାଜୁଙ୍କୁ ଦେଇ ଆସନ୍ତା କାଲି ଦାଦା ବଟି ଦେବ ବୋଲି କହି ଥିଲେ । ନଚେତ ଜୀବନରେ ମାରି ଶେଷ କରିଦେବୁ, ଗାଡି ମୋଟର ସବୁ ପୋଡିଦେବୁ ଓ କାମ ବନ୍ଦ କରିଦେବୁ ବୋଲି କହି ଧମକ ଦେଇ ଚାଲି ଯାଇଥିଲେ । ଏହାପରେ ପୁଣି ଏହି ଦୁଇ ଜଣ କ୍ୟାମ୍ପ ଭିତରେ ପଶି ନାଗାରାଜୁଙ୍କୁ ଦାଦା ବଟି ମାଗିଥିଲେ । ହେଲେ ନାଗାରାଜୁ ଏମାନଙ୍କୁ କହିଥିଲେ ଯେ, ମାଲିକ ଆସିଲେ ଏହି କଥା ବୁଝିବେ ବୋଲି କହିବାରେ ଦୁଇଜଣ ରାଗି ଯାଇ ଅଭଦ୍ର ଭାଷାରେ ଗାଳି ଗୁଲଜ କରି ଟଙ୍କା ନ ଦେଲେ ଜୀବନରେ ମାରି ଶେଷ କରିଦେବୁ ବୋଲି ପୁଣି ଧମକଚମକ ଦେଇଥିଲେ । କୌଣସି କ୍ରମେ ମ୍ୟାନେଜର ଖସି ଆସି ଆର୍‌.ଉଦୟଗିରି ଥାନାରେ ପହଞ୍ଚି ଏତଲା ଦେଇଥିଲେ । ଘଟଣାକୁ ନେଇ ଆର୍‌.ଉଦୟଗିରି ଥାନାରେ ୫୩/୨୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଆର୍‌.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here