ଯୁବ ରେଡକ୍ରସ କ୍ଲଷ୍ଟର ଶିବିର ଉଦଘାଟିତ

0
265

ବେଲଗୁଣ୍ଠା(ଶିବରାମ ଚୌଧୁରୀ) କ୍ଷତ୍ରୀୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ତିନି ଦିନିଆ କ୍ଲଷ୍ଟର ଶିବିର ଉଦଘ।ଟିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ଯୋଗ ଦେଇ ସଡ଼କ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ କହିଥିଲେ |ସମ୍ମାନିତ ଅତିଥି ରୂପେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ,କେନ୍ଦୁପଦର କଲେଜର ହରିଶଙ୍କର ପାଣ୍ଡେ ଏବଂ କ୍ଷତ୍ରୀୟବରପୁର ସ୍ନାତକ ମହାବିଦ୍ୟାଳୟର ଡ଼:ସଂଜୀବ କୁମାର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ |ଯୁବରେଡକ୍ରସ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ତତ୍ୱାବଧାନରେ ତିନୋଟି କଲେଜର 20 ଜଣ ଯୁବ ରେଡ଼କ୍ରସ ସ୍ବେଛାସେବୀ ଯୋଗ ଦେଇଛନ୍ତି |ପ୍ରଥମ ଦିନରେ ରେଡ଼କ୍ରସର ଇତିହାସ ସମ୍ପର୍କରେ ଦେବବ୍ରତ ସାହୁ କହିଥିବାବେଳେ ରକ୍ତଦାନ ସମ୍ପର୍କରେ ଗୋବରା ମେଡିକାଲ ମୁଖ୍ୟ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ କହିଥିଲେ |ମହାବିଦ୍ୟାଳୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ :ରାଜେନ୍ଦ୍ର ଡାକୁଆ ସଭାପତିତ୍ୱ କରିଥିଲେ | 3 ଦିନିଆ ଶିବିରରେ ପ୍ରାଥମିକ ଉପଚାର, ସଡକ ସୁରକ୍ଷା, ପ୍ରାକୃତିକ ଉପଚାର, ଏଡ଼ସ,ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ | ଅନ୍ୟମାନଙ୍କ ମଧ୍ୟରେ ସ୍ୱରୂପା ବିଶ୍ୱାଳ, ସୁଶାନ୍ତ କୁମାର ଲେଙ୍କା, କପିଳ ସାହୁ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରୁଛନ୍ତି |

LEAVE A REPLY

Please enter your comment!
Please enter your name here