ମୋ ବନ୍ଧୁର ବାର୍ତ୍ତା

0
476

ଆମ୍ଭ ପରି ଅଧା ବୁଢା ମଣିଷ ଟିଏ
ବ୍ରହ୍ମପୁର କଲେଜର ପୁରୁଣା ଛାତ୍ର ସିଏ
ଦେଖିବାକୁ ସିଏ ଯେମିତି ବି ହେଉ
ବୁଦ୍ଧିରେ ତାହାର ସରି ହେବନି କିଏ…

ଛାଡି ଯାଇଥିଲା ଦିନେ ଝଡି
ବାହାରିଲା ସିଏ ଭେଣ୍ଡା ପରି
ମଟରସାଇକଲରେ ବସି ଵଜାରକୁ ଗଲା
ଶପିଂ ବେଗଟିକୁ ସାଙ୍ଗରେ ଧରି,
ମୋଟରଟି ଚାଲିଲା ଗଡି ଗଡି..
ହେଲମେଟ ଟିକୁ ଘର ଦାଣ୍ଡରେ ଛାଡି..
ପକେଟ୍ ରେ ମୋବାଇଲ୍ ସାଇଜ କରି ।

ଇଅର ଫୋନଟି କାନେ ଲାଗି ଥିଲା
ଗୁଣୁ ଗୁଣୁ ଗୀତ କାନେ ବାଜୁଥିଲା,
ସେଥିରେ ପୁଣି ଦୁନିଆ ଚିନ୍ତା
ମୁଣ୍ଡ ଭିତରେ ଉଙ୍କି ମାରୁଥିଲା…. ।

ପୁଣି ତା ମନରେ କେତେଯେ ହିସାବ,
ମାଛ ଖାଇବ ନା ମାଉଁସ ଆଣିବ,
ଚିଙ୍ଗୁଡ଼ି ଘାଣ୍ଟ ନା ଚିକେନ ପୋକଡା..
ସେଥିରେ ପୁଣି ତ ବହୁତ ଝାମେଲା,
କଞ୍ଚା ଆଣିବି ନା ରନ୍ଧା ପେକେଟ…
ଏତକ ଚିନ୍ତା କରୁ କରୁ ସେ..
ଗୋଟିଏ ସାଙ୍ଗର ଫୋନ ଆସିଲା…
ବାବୁ ଷ୍ଟାଇଲରେ ଫୋନ ଉଠେଇ,
ଗପିବା ଆରମ୍ଭ କରିଦେଇଥିଲେ…
ଅଧା ବଙ୍କା ଷ୍ଟାଇଲରେ ଗାଡି ଚଳେଇ…
ଠିକ ସେତିକି ବେଳେ ହୋଇଗଲେ
ଆବସେଣ୍ଟ ମାଇଣ୍ଡ ……..
ଗାଡି ସାଙ୍ଗରେ ବାବୁ ଖାଲରେ ଗଡିପଡିଲେ…
ବନ୍ଧୁଙ୍କ ଡାହାଣ ଗୋଡ଼ଟି ମୋଡ଼ିହୋଇଯାଇଥିଲା ଗାଡି ତଳେ….
ଦେଖିଲା ବେଳେ ଜଣାପଡିଲା ଯେ,
ଗୋଡ଼ର ହାଡ଼ଟି ଭାଙ୍ଗି ତ ଗଲା…

ଆମେ ସାଙ୍ଗ ସାଥି ସବୁ ମେଳହେଲୁ,
ତୁରନ୍ତ ଡାକ୍ତରଖାନାକୁ ଟେକିନେଲୁ …
ଡାକ୍ତର କହିଲେ ଏକି ହେଲା???
ଏତେ ସରି ତୁମକୁ କିଏ କଲା..
ବନ୍ଧୁଟି ମୋହର କହିଲା ଗୀତ ଶୁଣୁ ଶୁଣୁ
ଗାଡିଟି ମୋର ତଳେ ଖସିପଡ଼ିଲା….
ଘରକୁ ତାହାର ଫୋନ ଗଲା,
ତୁରନ୍ତ ପତ୍ନୀ ତାର ଆସି ପହଁଚିଲା,
ପଚାରିଲେ ମୋ ସ୍ୱାମୀର ଇଏ କଣ ହେଲା..
ଡାକ୍ତର ରାଗି ଯାଇ ତା ସ୍ତ୍ରୀକୁ କହିଲେ,
ଛେନା ଗୂଡ଼ଟା ହେଲା..
ମୋବାଇଲି ଯୋଗୁଁ ତୁମ ସ୍ୱାମୀର,
ଡାହାଣ ଗୋଡ଼ଟା କଟିଗଲା,
ଆଉ ମୁଣ୍ଡରେ ଚାରୋଟି ଷ୍ଟିଚ ପଡ଼ିଲା…
ସ୍ତ୍ରୀ ରାଗି ତମ ତମ ହେଲେ…
ମୋବାଇଲ ଟାକୁ କଚାଡି ଦେଲେ..
ଟିକିଏ ସମୟ ପରେ ନର୍ସ ଆସିଲେ..
ମେଡିକାଲ ବିଲ ଟିକୁ ପୈଠ କରିବାକୁ କହିଲେ…
ସେତିକିବେଳେ ସ୍ତ୍ରୀ ଛୁଆ ସବୁ କାନ୍ଦିଲେ…
ଆଉ “ଏବେ କଣ କରିବା କୁହ” କହିଲେ…
ଏହି ବୟସ ରେ ନାହିଁ ହାଡ ଯୋଡ଼ି ହେବ,
ନା ନୂଆ ମୋବାଇଲ ଆସିବ…
ମୁଣ୍ଡ ଉପରେ ତ ବହୁତ ଚିନ୍ତା..
ଝିଅ ବାହାଘର ପୁଅ ପାଠ ପଢା…
ସେତକ ଭିତରେ ତୁମରୀ ଏ ନାଟ…
ଏମିତିକା ବହୁ ଗାଳି ଖାଇ,
ବନ୍ଧୁଟି ମୋର ନିରୁପାୟ ହୋଇ ନିଜ ଘରକୁ ଗଲେ…
ଆଉ କେବେ କେହି ମୋବାଇଲକୁ
କାନରେ ଧରି ଗାଡି ଚଳାଇବ ନାହିଁ,
କିମ୍ବା ହେଲମେଟ ଭୁଲି ବ ନାହିଁ,
ବୋଲି ସାଙ୍ଗ ସାଥିମାନଙ୍କୁ ମେସେଜ କଲେ…
ମୋବାଇଲ ତାର କାଳ ହେଲା,
ଜୀବନ ସାରା ଛୋଟା ହେଲା,
ମୋବାଇଲ ଶୁଣି ଗାଡି ଚଲେଇଲା ବୋଲି,
ଛୋଟେଇ ଛୋଟେଇ ଦିନ ଗଲା..

ଲେଖିକା:ରଜନୀ ପ୍ରଭା

LEAVE A REPLY

Please enter your comment!
Please enter your name here