ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

0
270

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାର ମାନ ବୃ୍ଦ୍ଧି ପାଇଁ ସରକାର ଅହରହ ଚେଷ୍ଟା କରୁ୍ଥିବା ବେଳେ ଜିଲ୍ଳା ସ୍ତରରେ ଏହାର ତଦାରଖ ଦାୟିତ୍ୱ ଜିଲ୍ଳାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି I ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଧେ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଂଚାୟତର ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଏହି ବିଦ୍ୟାଳୟର ସ୍ମାର୍ଟ୍ କ୍ଳାସ୍ କାର୍ଯ୍ୟକ୍ରମର ତଦାରଖ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି I ଆଜିର କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଧରାକୋଟ ଗୋଷ୍ଠୀ ଊନ୍ନୟନ ଅଧିକାରୀ ସୁନୀଲ୍ ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ଵାଇଁ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ ଶତପଥୀ,ସରପଞ୍ଚ ପ୍ରତିନିଧି ଅନ୍ତର୍ଯ୍ୟାମୀ ପ୍ରଧାନ ମଧ୍ୟ ସ୍ମାର୍ଟ୍ କ୍ଳାସ୍ ପରିଦର୍ଶନ କରିଥିଲେ I ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରି ସିନ୍ଧେ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରତିଶୃ୍ତି ପ୍ରଦାନ କରିଛନ୍ତି I ବିଦ୍ୟାଳୟ ପରିଦର୍ଶନ ସହିତ ଏହି ଟିମ୍ ଝାଡ଼ବନ୍ଧ ପଞ୍ଚାୟତର ପାଇକବଗଡ଼ ଗ୍ରାମରେ ହରିଜନ ଏବଂ ଆଦିବାସୀ ଲୋକେ ନିଜସ୍ୱ ପ୍ରଚେଷ୍ଟାରେ କୁକୁଡ଼ା ପାଳନ କରି ସ୍ଵାବଲମ୍ବୀ ହୋଇ ପାରିଥିବାରୁ ଖୁସୀ ପ୍ରକଟ କରିବା ସହିତ କୁକୁଡ଼ା ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ଯୋଗାଇଦିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃ୍ତି ଦେଇଥିଲେ I ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ସହକାରୀ ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ, ରାଜେନ୍ଦ୍ର କୁମାର ମଲ୍ଲିକ୍ ଏବଂ ପରିଚାଳନା କମିଟି ସଦସ୍ୟ ଡାକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here