ବିକାଶ ମୂଳକ କାର୍ଯ୍ୟ ନେଇ ବାଚସ୍ପତିଙ୍କୁ ଭେଟିଲା ଦିଗପହଣ୍ଡି ନଗର ଯୁବ ବିଜେଡି

0
728

ଦିଗପହଣ୍ଡି, ୧/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଦିଗପହଣ୍ଡି ସହରର ବିକାଶ ମୂଳକ କାର୍ଯ୍ୟ ନେଇ ସ୍ଥାନୀୟ ବିଧାୟକ ତଥା ମୁଖ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଦିଗପହଣ୍ଡି ନଗର ଯୁବ ବିଜେଡି ନେତୃମଣ୍ଡଳୀ ଭେଟି ଆଲୋଚନା କରି ଫେରିଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଦିଗପହଣ୍ଡି ଏନଏସିରେ ସମସ୍ତ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ଘଟିଥିଲେ ହେଁ ସହରକୁ ଆହୁରି ସ୍ୱଚ୍ଛ ସରସ ଏବଂ ସୁନ୍ଦର କରିବା ପାଇଁ ବାଚସ୍ପତିଙ୍କ ସହିତ ଦଳୀୟ ନେତୃମଣ୍ଡଳୀ ଆଲୋଚନା କରିଥିଲେ । ବିକାଶ ମୂଳକ କାର୍ଯ୍ୟ ସବୁର ତ୍ୱରାନ୍ନିତ କରିବ ଦିଗରେ ବାଚସ୍ପତିଙ୍କ ହସ୍ତକ୍ଷେପର ଆବଶ୍ୟକତା ରହୁଥିବା ବେଳେ ସାଙ୍ଗଠନିକ ଅଭିବୃଦ୍ଧି ନେଇ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନେଇ ଅନୁରୋଧ କରାଯାଇଥିଲା । ଏନଏସିର ଛାମୁଆ କର୍ମୀ ମାଗେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ନଗର ଯୁବ ବିଜେଡି ସଭାପତି ଶିବ ଶଙ୍କର ଗୌଡ, କାହ୍ନୁ ଚରଣ ପଟ୍ଟନାୟକ ଓ ରାଜେନ୍ଦ୍ର ଗୌଡ ପ୍ରମୁଖ ରାଜଧାନୀ ଭୂବନେଶ୍ୱର ସ୍ଥିତ ବାସଭବନକୁ ଯାଇ ସେଠାରେ ବାଚସ୍ପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇବା ପରେ ବିଭିନ୍ନ ଯୋଜନା ନେଇ ବିସ୍ତୃତ ପର୍ଯ୍ୟାଲୋଚନା କରିଥିଲେ । ବିଧାନ ସଭା କାର୍ଯ୍ୟକ୍ରମ ଶେଷ ହେବା ପରେ ନିଜ ବିଧାନ ସଭା ମଣ୍ଡଳୀ ଏବଂ ଦିଗପହଣ୍ଡି ସହରକୁ ବାଚସ୍ପତି ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here