ବୁଗୁଡ଼ା : ବୁଗୁଡା ପିପୁଲ୍ସ ଡିଗ୍ରୀ କଲେଜରେ ଫେବୃୟାରୀ ୮ ତାରିଖ ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଅକ୍ଷୟ କୁମାର ସାହୁ ଯୋଗଦେଇ ରକ୍ତଦାନର ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପର୍ଯ୍ଯବେକ୍ଷକ ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡକ୍ରସ ଉପଦେଷ୍ଟା ଦିଲ୍ଲୀପ କୁମାର ଆଚାର୍ଯ୍ୟ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଲେଜର ଯୁବ ରେଡକ୍ରସ ଓ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର ଡାକ୍ତର ହିମାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ବାବଧାନରେ ୮୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିରକୁ ଏନସିସି ଲେଫ୍ଟନାଣ୍ଟ ତଥା ଅଧ୍ଯାପକ ଅଜୟ କୁମାର ସାହୁ , ଯୁବ ରେଡକ୍ରସ କାଉନସିଲର ଅଧ୍ଯାପକ ବିନୋଦ କୁମାର କର ଓ ଅଧ୍ୟାପିକା ସନ୍ଧ୍ଯାରାଣୀ ସାହୁ ପରିଚାଳନା କରିଥିବା ବେଳେ ଓ୍ବାଇ.ଆର.ସି. ଲିଡର ଅଲେଖ ବାରିକ ଓ ଚିନ୍ମୟୀ ସାହୁ, ଏନସିସି ଜେୟୁଓ ମୋନାଲିସା ସାହୁ ଓ ଏସୟୁଓ ଆଦିତ୍ୟ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ସ୍ବେଛାସେବୀମା ବୃନ୍ଦ ସହଯୋଗ କରିଥିଲେ। ପ୍ରକାଶ ଥାଉକି ରକ୍ତଦାନ ଶିବିର ଉପଲକ୍ଷେ ଏନସିସି କ୍ୟାଡଟ ଓ ଓ୍ବାଇଆରସି ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଗତ ଫେବୃୟାରୀ ୪ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା