ବଜ୍ରପାତ ଘଟି ଦୁଇ ନାବାଳିକା ମୃତ୍ୟୁ

0
463

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଟେମରା ଗାଁ ରେ ଗତ କାଲି ଅପରାହ୍ନ ସମୟରେ ବଜ୍ରପାତ ରେ ଦୁଇଜଣ ବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର ଆହତ ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଵିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ଅପରାହ୍ଣ ୩ତା ୪୫ମି ରେ ଟେମରା ନଦୀ ନିକଟ ଚାରି ଜଣ ନାବାଳିକା ଶାଗ କାଡିବା ପାଇଁ ଯାଇଥିଲେ । ହଠାତ ସେହି ସମୟରେ ବର୍ଷା ହେବାରୁ ପାଖରେ ଥିବା ଆଖୁପେଡା ଚାଲିଥିବା ଘରେ ଆଶ୍ରୟ ନେଇଥିବା ସମୟରେ ଘଡ଼ଘଡ଼ି ସହିତ ବଜ୍ରପାତ ହୋଇଥିଲା , ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିଲା ଓ ଜଣେ ଚେତାଶୂନ୍ୟ ହୋଇପଡିଥିଲେ । ସେହି ସମୟରେ କେବଳ ଅନ୍ୟ ଜଣେ ହିଁ ଦୁର୍ଘଟଣା ରୁ ବର୍ତିଯାଇ ଥିଲେ ଓ ପାଖରେ ଥିବା ମୋଙ୍ଗିଆ ଗୁଡା ର ସଦନ ଭତ୍ରା କୁ ଦୌଡି କି ଯାଇ ଖବର ଦେଇଥିଲେ । ବର୍ତ୍ତମାନ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଦୁଇ ନାବାଳିକାଙ୍କ ପିତା କୋଷାଗୁମୁଡ଼ା ଥାନାରେ ଏତଲା ଦେଇଛନ୍ତି । ଏନେଇ କୋଷାଗୁମୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁଇ ବାଳିକା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି । ଦୁଇ ମୃତ ନାବାଳିକା ର ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here