ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାର କର୍ମଚାରୀଙ୍କ ବିଳମ୍ବତା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

0
293

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର କାର୍ଯ୍ୟକଳାପ ଉପରେ ଜନସାଧାରଣ ଓ ବରିଷ୍ଠ ନାଗରିକ ଅତିଷ୍ଠ ହେବା ଦେଖାଦେଇଛି। ସେମାନଙ୍କ କହିବା ଅନୁସାରେ ଏହି ବ୍ୟାଙ୍କରେ ପଇସା ଜମା କରିବା ନଚେତ୍ ଟଙ୍କା ଉଠାଇବା ପାଇଁ ଦିନ ତମାମ ନଷ୍ଟ ହୋଇଯାଉଛି। କାରଣ ଏହି ବ୍ୟାଙ୍କରେ ସରକାରୀ ବିଭାଗୀୟ ଖାତା,ସରକାରୀ ସଂପର୍କୀୟ ଖାତା,ସରକାରୀ ଦରମା,ସରକାରୀ ପେନସନ ଓ ସରକାରୀ ଯୋଜନାର ସମସ୍ତ ପ୍ରକାର ଟଙ୍କା କାରବାର ଏହି ବ୍ୟାଙ୍କ ଜରିଆରେ ସରକାର କରୁଥିବା ହେତୁ ଏହି ବ୍ୟାଙ୍କ ଉପରେ ଗ୍ରାହକମାନଙ୍କର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି |ଏହି ବ୍ୟାଙ୍କ ଭାରତ ସରକାରଙ୍କ କର୍ମନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ କାର୍ଯ୍ୟକୁ ସାଧାରଣ ଲୋକେ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏଠାରେ ସାଧାରଣରେ କହିବା ଅନୁସାରେ ବ୍ୟାଙ୍କ ମାନଙ୍କରେ ପୂର୍ବେ କର୍ମଚାରୀ ମାନେ ହାତରେ ମିସାଣ,ଫେଡାଣ,ହରଣ,ଗୁଣନ ଓ ଟଙ୍କା ହାତରେ ଗଣି ନେଣ ଦେଣ କରୁଥିବା ସମୟ ଅପେକ୍ଷା ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଟଙ୍କା ଗଣିବା ମେସିନ୍, କମ୍ପୁଟର ଇତ୍ୟାଦି ସୁବିଧା ସୁଯୋଗଦେଉଥିବା ବେଳେ ମଧ୍ୟ କର୍ମଚାରୀମାନଙ୍କ କାର୍ଯ୍ୟ ପୂର୍ବ ଅପେକ୍ଷା ବହୁତ ସମୟ ବିଳମ୍ବ କରୁଛନ୍ତି। ଏଠାରେ ସାଧାରଣ ଲୋକଙ୍କ କହିବା କଥା ହେଉଛି ଏହି ବ୍ୟାଙ୍କ କର୍ମଚାରୀମାନେ ପକ୍ରୃତରେ କାମ ଜାଣି ବିଳମ୍ବ କରୁଛନ୍ତି ନଚେତ୍ କାମ ନଜାଣି ବିଳମ୍ବ କରୁଛନ୍ତି। ବର୍ତମାନ କୋରନା ସଂକ୍ରମଣ ଦ୍ବିତୀୟ ଲହରୀ ଖେଳିଯାଇଛି ତାହାର ପ୍ରଭାବ ଯୋଗୁଁ ସାଧାରଣ ଲୋକ ଭୟଭୀତ ହୋଇ ପଡିଛନ୍ତି। ଆଗକୁ ଲକ୍ ଡାଉନ୍ ହୋଇଯିବ ସରକାରଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଅବସରରେ ଆଜି ସୋମବାରରେ ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାର କାର୍ଯ୍ୟରତ କର୍ମଚାରୀଙ୍କ ବିଳମ୍ବିତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିବା ବ୍ୟାଙ୍କ ଶାଖା ପରିଚାଳକ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଫଳରେ ଜନସାଧାରଣ ସୁବିଧା ପାଇଥାନ୍ତେ । ବ୍ୟାଙ୍କ କର୍ମଚାରୀଙ୍କ ଗ୍ରାହକଙ୍କ ପ୍ରତି ଅବହେଳା କରୁଥିବା କାର୍ଯ୍ୟକୁ ବରୀଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରିଥିବା ମିଳିଛି। ଆଗାମୀ ଦିନରେ ଶାଖା ପରିଚାଳକ ଯଦି କର୍ମଚାରୀଙ୍କ କାର୍ଯ୍ୟ ଉପରେ ବିହିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ମାନେ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here