ବ୍ରହ୍ମପୁରର ଦିଲୀପ ମହାରଣା ପାଇଲେ ଏସିଆନ ଗ୍ରାଣ୍ଡ ମାଷ୍ଟର ଉପାଧି

0
449

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ସହରର ସାନ ରେଡିକା ସାହି ନିବାସୀ ଭଗବାନ ମହାରଣାଙ୍କର ସାନପୁଅ ଦିଲୀପ ମହାରଣା ମାତ୍ର 8ବର୍ଷ ବୟଷରେ ଏସିଆ ବୁକ ଅଫ ରେକର୍ଡ୍ସରେ ଗ୍ରାଣ୍ଡ ମାଷ୍ଟର ଉପାଧି ପାଇଲେ। ତେବେ ଚଳିତ ବର୍ଷ ଶ୍ରୀରାମ ନବମୀ ଅବସରରେ ଦିଲୀପ ତାଙ୍କ ମାମୁ ସନ୍ୟାସୀ ମହାରଣା ଏବଂ ବଡ଼ଭାଇ ମନୋଜଙ୍କର ଠାରୁ ପ୍ରେରଣା ପାଇ ଏକ ରାମ ମନ୍ଦିରର ଅବିକଳ ପ୍ରତିକୃତି ତିଆରି କରିଥିଲେ।ତେବେ କାଠରେ ତିଆରି ଏହି ରାମ ମନ୍ଦିର ଅନେକ ପ୍ରଶଂସା ସାଉଁଟିଥିଲା।କାଠରେ ତିଆରି ରାମ ମନ୍ଦିରଟି 3ଇଞ୍ଚ ଉଚ୍ଚତା ଏବଂ 5ଇଞ୍ଚ ଲମ୍ବା ହୋଇଥିବା ସହ ଏହା ଅବିକଳ ଅଯୋଧ୍ୟାର ରାମ ମନ୍ଦିରର ଅବିକଳ ନକଲ। ଆଜି ଦିଲୀପଙ୍କର କଳା ଦୁଇ ଦୁଇ ଥର ବିଶ୍ୱ ସ୍ତରରେ ଏବଂ ଜାତୀୟ ସ୍ତରରେ ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡ଼ରେ ଗ୍ରାଣ୍ଡ ମାଷ୍ଟର ଉପାଧି ପାଇବା ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଛନ୍ତି। ଦିଲୀପଙ୍କ ଏଭଳି କଳାକୃତି ପାଇଁ ଅଞ୍ଚଳବାସୀ ବହୁତ ଖୁସି ଥିବା ସହ ଆଗାମୀ ଦିନ ମାନଙ୍କରେ ପୁଣି ଏଭଳି କଳାକୃତି କରିକି ଦିଲୀପ ବ୍ରହ୍ମପୁର ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here