କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ଦେଲେ” ପିପୁଲ ଫର ଦି ପବ୍ଲିକ୍”

0
299

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ସମ୍ପ୍ରତି ପ୍ରାଣୀ ମାନଙ୍କର ସୁରକ୍ଷା, ଚିକିତ୍ସା ଓ ଲାଳନ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ବର୍ତ୍ତମାନ ବ୍ରହ୍ମପୁର ଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ମୈ।ଳିକ ସେବା ମାନ ବନ୍ଦ ରହିଛି । ଯାଦ୍ବାରା ବ୍ରହ୍ମପୁର ର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଯେଉଁ ମାନେ ଗୃହପାଳିତ ପଶୁ ରଖିଛନ୍ତି, ସେହି ପଶୁମାନଙ୍କ ରୋଗ ବ୍ୟାଧି ହେଲେ କିମ୍ବା ରାତିରେ କୈାଣସି ଅସୁବିଧା ର ସମ୍ମୁଖୀନ ହେଲେ ରେଗୁଲାର ପ୍ରାଣୀ ଚିକିତ୍ସକ ଓ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ପୋଷ୍ଟିଂ ହୋଇନାହାନ୍ତି । ସେପରି ରାଜରାସ୍ତାରେ ବୁଲି ଜୀବନ ବିତାଉଥିବା ପ୍ରାଣୀ ମାନଙ୍କର ସମ ଦଶା ହେଉଛି । ପ୍ରାଣୀ ଚିକିତ୍ସା ପାଇଁ ହେଲ୍ପଲାଇନ ରାଜ୍ୟ ସରକାର ୨୦୧୭-୧୮ ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିଥିଲେ ମଧ୍ୟ ସନ୍ଧ୍ୟା ଛଅଟା ପରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ଯାହାଦ୍ଵାରା ପ୍ରାଣୀ ମାନେ ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତି ରେ ପଡିଲେ ଅଗ୍ନି ସେବା ବିଭାଗର ସାହାଯ୍ୟ ଲୋଡିବାକୁ ପଡୁଛି । ଯାହା ନିୟମ ବର୍ହିଭୁତ ଅଟେ । ସେପରି ଦୁର୍ଘଟଣା କିମ୍ବା କୈାଣସି ରୋଗରେ ପ୍ରାଣୀ ମାନେ ଆକ୍ରାନ୍ତ ହେଲେ, ସେମାନଙ୍କ ରେଗୁଲାର ଚିକିତ୍ସା କରିବା ପାଇଁ କୈାଣସି ଇଣ୍ଡୋର ଚିକିତ୍ସାଳୟର ସୁବିଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନାହିଁ । ତେଣୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା, ରେଗୁଲାର ପ୍ରାଣୀ ଚିକିତ୍ସକ ନିଯୁକ୍ତି ଓ ଚବିଶି ଘଣ୍ଟିଆ ଟୋଲ ଫ୍ରି ହେଲ୍ପଲାଇନ ସହ ଆବଶ୍ୟକ ଭିତ୍ତିଭୂମୀ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୃଷ୍ଟି କରିବା ପାଇଁ ପିପୁଲ୍ ଫର ପବ୍ଲିକ ତରଫରୁ ପଶୁପାଳନ ଓ ଡାଇରି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ଏହି ଦାବି ପତ୍ର ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡିନେଟର ବିଶ୍ବନାଥ ମହାରଣା, ଯୁବ କୋଡିନେଟର ଦିନେଶ ପଟ୍ଟନାୟକ, ଅଞ୍ଜଳି ମହାନ୍ତି, ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here