ବୁଗୁଡା ବସଷ୍ଟାଣ୍ଡରେ ଜଳାଶ୍ରୟର ଭ୍ରମ ସୃଷ୍ଟି

0
267

ବୁଗୁଡା(ନ୍ୟୁଜଏକ୍ସଟ୍ରା) ଏହି ଖବର ସହ ବସିଥିବା ଫୋଟୋକୁ ଦେଖିଲେ ହଠାତ ଯେକେହି ଭାବିବଯେ ଏହା କୌଣସି ଜଳାଶ୍ରୟ କୂଳରେ ଥିବା ଏକ କୋଠାର ଦୃଶ୍ୟ। ଯେହେତୁ ଜଳରେ କୋଠାର ପ୍ରତିଛବି ସମ୍ପୂର୍ଣ୍ଣ ବାରି ହେଉଛି। ହେଲେ ଏହା କୌଣସି ଜଳାଶ୍ରୟ ନେହେଁ, ଜଳାଶ୍ରୟର ଭ୍ରମ ସୃଷ୍ଟି କରୁଥିବା ବୁଗୁଡା ବଳଦେବ ଜୀଉ ବସଷ୍ଟାଣ୍ଡର ଦୃଶ୍ୟ। ଏପ୍ରିଲ ୨ ତାରିଖ ବର୍ଷାରେ ବସଷ୍ଟାଣ୍ଡରେ ଜମିଥିବା ବର୍ଷାଜଳ ନିଷ୍କାସନ ହୋଇନପାରି ଜମି ରହି ବସଷ୍ଟାଣ୍ଡରେ ଥିବା ଦୁଇ ମହଲା ବିଶିଷ୍ଟ ବଜାର ଗୃହର ଏହା ପ୍ରତିମ୍ବିବ। ବସଷ୍ଟାଣ୍ଡ ଭିତରୁ ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହିବା ଦ୍ୱାରା ବସକୁ ଉଠିବା ଓ ବସରୁ ଓହ୍ଲାଇବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନିଶ୍ଚିତ ଅଟେ। ବସଷ୍ଟାଣ୍ଡରୁ ଜଳ ନିଷ୍କାସନ ବ୍ୟବସ୍ଥା ନକଲେ ଭବିଷ୍ୟତରେ ବହୁଦିନ ପାଣି ଜମି ଶିଉଳି ପଡି ଯାତ୍ରୀଙ୍କ ଗୋଡ ଖସି ବଡ଼ ଧରଣର ଦୁର୍ଘଟଣା ଘଟିବା ମଧ୍ୟ ବିଚିତ୍ର ନୁହେଁ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here