ଡ଼ର୍ବଲ ମଡ଼ର କେସର ପର୍ଦାଫାସ କଲା ଜଗନ୍ନାଥ ପ୍ରସାଦ ପୁଲିସ

0
496

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗାଁ ନିକଟ କାଜୁଜଙ୍ଗଲ ମଧ୍ୟରେ ଗତ ୨୩ ତାରିଖ ରେ ହୋଇଥିବା ଡବଲ ମର୍ଡର ଘଟଣା ର ପର୍ଦା ଫ୍ଲାସ କରିଛି ଜଗନ୍ନାଥ ପ୍ରସାଦ ପୁଲିସ l ନିଜ ସମ୍ପର୍କୀୟ ମାନେ ଉଭୟ ବୃଦ୍ଧ ଦମ୍ପତି ଙ୍କୁ କରିଛନ୍ତି ହତ୍ୟା I ନିଜ ନାତୁଣୀ ଜ୍ୱାଇଁ ଏବଂ ତାହାରି ସାଙ୍ଗ ମିଶି ନିର୍ମମ ଭାବେ ଏକ ଧରୁଆ ଅସ୍ତ୍ର ଅର୍ଥାତ ଏକ ଶାବଳରେ ମାରି ହତ୍ୟା କରିଛନ୍ତି I ଅପରାଧୀ ମାନେ ହେଲେ ଆସିକା ଥାନା ବଜ୍ରାକୋଟ ଗାଁ ର ଭାସ୍କର ପତ୍ର ଏବଂ ପୋଲସରା ଥାନା କଳମ୍ବ ଗାଁ ପ୍ରକାଶ ପାତ୍ର I ଭାସ୍କର ପାତ୍ର ର ସ୍ତ୍ରୀ ହେଉଛନ୍ତି ମୃତ ଭୀମ ପ୍ରଧାନ ଙ୍କ ନିଜ ନାତୁଣୀ I ନାତୁଣୀ ର ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଭୀମ ପ୍ରଧାନ କିଛି ଯଡ଼ି ବୁଟି ଔଷଧ ଦେଇଥିଲେ । କିନ୍ତୁ ନାତୁଣୀ ର ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ଆସିଲାନାହିଁ I ଏହାକୁ ପ୍ରତିବାଦ କରି ନାତୁଣୀ ଜୋଇଁ ଏବଂ ତାର ସାଙ୍ଗ ପ୍ରକାଶ ଆସି ଭୀମ ଓ ନିକଟକୁ ପୂର୍ବଦିନ ରାତି ରେ ଆସି ତାଙ୍କ ନିକଟରେ ରହିଥିଲେ I ନାତୁଣୀ ବିଷୟ କଣ କରିବା ପଚାରିଥଲା ଭାସ୍କର ଙ୍କୁ I ଏହି ବିଷୟ କୁ ନେଇ ଅନେକ ଯୁକ୍ତି ହୋଇଥିଲା। ପରେ ଅଜା ସହିତ ହାତାହାତି ହୋଇଥଲେ I ଶେଷରେ ଅଜା ଆଇ ଉଭୟ ଙ୍କ ସହ ଖୁବ ଧସ୍ତ।ଧସ୍ତୀ ହୋଇଥିଲେ I ଭାସ୍କର ଗୋଟିଏ ଶାବଳ ମାଧ୍ୟମରେ ଉଭୟଙ୍କୁ ମୁଣ୍ଡକୁ ପ୍ରହାର କରିଥିଲା l ପ୍ରଥମେ ଅଜା ଭୀମଙ୍କୁ ହତ୍ୟା କରିଥିଲେ ପରେ ହତ୍ୟା ପ୍ରମାଣ ଲୁଚାଇବାକୁ ନେଇ ଆଇ ଶିଶୁଳା ଙ୍କୁ ମଧ୍ୟ ହତ୍ୟା କରି ଚମ୍ପଟ ମାରିଥିଲେ l ପୋଲିସ କୁ ଅପରାଧୀ ମାନଙ୍କୁ ଧରିବାରେ ବହୁ କଷ୍ଟ କରି ଉଦ୍ୟମ କରିବାକୁ ପଡିଥିଲା l ବିଭିନ୍ନ ସୂତ୍ରରୁ ପୋଲିସ ଗୁପ୍ତ ଖବର ନେଇ ଅପରାଧୀ ମାନଙ୍କୁ ଧରି, ଘଟଣା ସ୍ଥଳକୁ ଯାଇ ସମ୍ପୂର୍ଣ ବିଷୟ କୁ ବୁଝିପାରିଥିଲା l ଅପରାଧୀମାନେ ଘଟଣା ବିଷୟରେ ସବୁ ବିଷୟ କହିଥିଲେ ଏବଂ ହତ୍ୟା ସ୍ୱୀକାର କରିଥିଲେ। ପୁଲିସ ସେମାନଙ୍କ ଠାରୁ ହତ୍ୟା ରେ ବ୍ୟବହୃତ ଶାବଳ ଏବଂ ଗୋଟିଏ ମୋବଇଲ ଜବତ କରିଛି l ଆଜି ଜଗନ୍ନାଥ ପ୍ରସାଦ ଥାନାରେ ଭଞ୍ଜନଗର ଏସ୍ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣା ର ସମ୍ପୂର୍ଣ ବିବରଣୀ ପ୍ରକାଶ କରିଛନ୍ତି।। ଏ ନେଇ ଜଗନ୍ନାଥ ପ୍ରସାଦ ପୋଲିସ ଥାନା କେଶ୍ ନମ୍ବର୍ ୧୨୯/୨୧ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here