ଗଜପତି ଜିଲ୍ଲା ମୋହନା ସହର ରେ ଦିନକୁ ଦିନ ବଢ଼ି ଚାଲିଛି ଗାଇ ଗୋରୁ ଙ୍କ ପାଦୁର୍ଭାବ

0
294

ମୋହନ(ନ୍ୟୁଜ୍ ଏକ୍ସଟ୍ରା) ମୋହନା ସହର ଦେଇ ଜାତୀୟ ରାଜପଥ 326 ଯାଇଥିବା ବେଳେ ପ୍ରତେକ ଦିନ ହଜାର ହଜାର ଲୋକ ଯିବା ଆସିବା କରିଥାଆନ୍ତି। ସହର ଦେଇ ରାଜଧାନୀ ଭୁବନେଶ୍ଵର ଠାରୁ ଭାୟା ବ୍ରହ୍ମପୁର ଦେଇ ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ ଆନ୍ଦ୍ର ପ୍ରଦେଶ କୁ ସଂଯୋଗ କରୁଛି । କିନ୍ତୁ ସହର ରେ ଏକ କଞ୍ଜିଆଦୁଦା ନଥିବାରୁ ସହର ରେ ଗାଇ ଗୋରୁ ରାସ୍ତା କଡ଼ରେ ରହୁଛନ୍ତି। ସହର ରେ ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ମୋହନା ସହର ବାସିନ୍ଦା ବାରମ୍ୱାର ବ୍ଲକ ପ୍ରଶାସନ ପାଖରେ କଞ୍ଜିଆହୁଦା ନିର୍ମାଣ କରିବା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ହେଲେ କେବେ ବ୍ଲକ ପ୍ରଶାସନ ହେଉ କି ଜିଲ୍ଲା ପ୍ରଶାସନ ନୂତନ କଞ୍ଜିଆହୁଦା ନିର୍ମାଣ କରିବେ ତାହା ହିଁ ଅପେକ୍ଷା।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here