ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର ପ୍ରୋଗ୍ରାମର

0
314

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ଗୋପାଳପୁର ଏନଏସି ର କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରିୟ ରଞ୍ଜନ ମହାରଣା ଜଣେ ବ୍ୟକ୍ତି ଠାରୁ ୨୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱରା ଗିରଫ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ଦୁର୍ନୀତି ନିବାରଣ ଅଧିକ୍ଷକ ଅନିଲ କୁମାର ପାତ୍ରଙ୍କ ସୂଚନା ପ୍ରକାରେ, ନୟାଗଡ଼ ଜିଲ୍ଲାର ରଥଗଡ଼ ସାହି, ପୁରୁଣା ସହରର ସନ୍ୟାସୀ ମହାରଣାଙ୍କ ପୁଅ ପ୍ରିୟ ରଞ୍ଜନ ମହାରଣା(୩୪) ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସିରେ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଛନ୍ତି। ସେ ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାର ନିବାସୀ ପ୍ରଫୁଲ ଚନ୍ଦ୍ର ଦାଶଙ୍କ ପୁଅ ସିଦ୍ଧାନ୍ତ କୁମାର ଦାଶଙ୍କ ବିବାହ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ଅର୍ଥ ଦାବି କରିଥିଲେ। ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ ପରେ ପୂର୍ବ ପ୍ରସ୍ତୁତି ପ୍ରକାରେ କେମିକାଲ ଲାଗିଥିବା ୨୫୦୦ ଟଙ୍କା ଶ୍ରୀ ଦାଶ କମ୍ପୁଟର ପ୍ରୋଗ୍ରାମର ପ୍ରିୟ ରଞ୍ଜନ ମହାରଣାଙ୍କୁ ଅଫିସରେ ଦେଇଥିଲେ। ପ୍ରିୟ ରଞ୍ଜନ ମହାରଣା ସେହି ଟଙ୍କା ଡାହାଣ ହାତରେ ଧରି ଫାଇଲ ଭିତରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ବିଭାଗ କର୍ମଚାରୀ ବୃନ୍ଦ ଚଢ଼ାଉ କରି ଟଙ୍କା ଜବତ କରିବା ସହ ପ୍ରିୟ ରଞ୍ଜନଙ୍କ ହାତ ଧୋଇବା ବେଳେ କେମିକାଲ ରଙ୍ଗ ବାହାରିଥିଲା। ଦୁର୍ନୀତି ନିବାରଣ ବିଭାଗ ଗୋପାଳପୁର ଏନଏସି ଅଫିସ ସହ ପ୍ରିୟ ରଞ୍ଜନଙ୍କ ଗୋପାଳପୁର ଭଡାଘର ମଧ୍ୟ ଏକା ସାଙ୍ଗେ ଚଢ଼ାଉ କରି ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here