ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ

0
780

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି , ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ଜଣକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାଇ ଝରିଗାଁ ବ୍ଲକ ଡୁମରଓଡା ଗ୍ରାମର ନୀଳଧର ଯାନୀ (୨୨) ନିଜ ସ୍ତ୍ରୀ ପାର୍ବତୀ ଯାନୀ (୨୦) ଓ ତାଙ୍କ ଛୁଆ କୁ ସାଙ୍ଗରେ ନେଇ ଭଣ୍ଡିମାଳ ଗ୍ରାମରେ ଥିବା ଭଉଣୀ ଘରକୁ ଆସିଥିଲେ । ସୋମବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଦୁଇଜଣ ସ୍ଵଚ ହେବାକୁ ଯିବୁ ବୋଲି ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଗ୍ରାମ ରୁ ପ୍ରାୟ ୨ ମିଟର ଦୂରକୁ ଯାଇଥିଲେ । କିନ୍ତୁ ଆଜି ସକାଳେ ସ୍ତ୍ରୀ ର ବେକ କଟାଯାଇଥିବା ବେଳେ ଅଳ୍ପ ଦୁଆରେ ଥିବା ଏକ ଗଛରେ ସ୍ୱାମୀ ର ଶବ ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ କୋଡ଼ିଙ୍ଗା ପୁଲିସକୁ ଖବର ଦେବାରୁ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୁଚନା ମିଳିଛି । ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ କହିଛନ୍ତି ।

ରିପୋର୍ଟ :ଯୋଗେନ୍ଦ୍ର ମହାନ୍ତି

LEAVE A REPLY

Please enter your comment!
Please enter your name here