ଅବକାରୀ ବିଭାଗର ଚଢ଼ାଉ ;୨ଗିରଫ

0
453

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା)ଆଜି ଠାରୁ ଓଡିଶାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ ସରକାର ଘୋଷଣା କରିଥିବା ବେଳେ ଭଞ୍ଜନଗର ସହରାଞ୍ଚଳରେ ମଧ୍ୟ ସାଧାରଣ ଜନତା ଏହି ନିୟମ ଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ସଟଡାଉନ ଯୋଗୁଁ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଚୋରା ମାଦକ ଦ୍ରବ୍ୟ ପ୍ରସ୍ତୁତି ଓ ବିକ୍ରି କରି ମାଲେମାଲ ହେବାର ଆଶା ରଖିଛନ୍ତି। କିନ୍ତୁ ଆଜି ଭଞ୍ଜନଗର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଓଆଇସି ଶ୍ରୀ ପାର୍ଥସାରଥୀ ରାଉତ ଙ୍କ ନେତୃତ୍ୱ ରେ ଅଚାନକ ନାହାତୁଟ ସାହିରେ ଚଢାଉ କରି ୧୮୦ ଲିଟର ଚୋରା ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ପ୍ରାୟ ୩୭୪୦ କେଜି ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଛି । ଏହି ବେଆଇନ କାରବାର ସମ୍ପୃକ୍ତିରେ ୩ ଗୋଟି କେସ ରୁଜୁ କରାଯାଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here