ଅଜଣା ବାଇକ ଧକ୍କାରେ ମୋପେଡ୍ ଚାଳକ ଗୁରୁତର

0
382

ଭଞ୍ଜନଗର: ତାରାସିଙ୍ଗି ଥାନା ଅଧୀନ ବନ୍ତା ଗ୍ରାମର ମୁଖ୍ୟ ରାସ୍ତା ଝୁମ୍ପୁରିଗଣ୍ଡ ନାଳ ନିକଟରେ ଏକ ଅଜଣା ବାଇକ ଧକ୍କାରେ ମୋପେଡ଼ ଚାଳକ ତିନି ମାଝୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ପ୍ରକାରେ ତିରିଗୋଛା ଗ୍ରାମର ତିନି ମାଝୀ କୌଣସି କାମରେ କ୍ଷେତମୁଣ୍ଡାଳି ରୁ କାମ ସାରି ନିଜ ମୋପେଡ ଯୋଗେ ଫେରୁଥିବା ସମୟରେ ଝୁମ୍ପୁରିଗଣ୍ଡ ନାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ମୁହାଁମୁହିଁ ଧକ୍କା ଚାଲି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ଆହତ ହେବା ସହ ମୁଣ୍ଡରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ କୁ ପଠାଇଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here