ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ

0
241

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡ଼ା ଖଣ୍ଡର ତାକରଡ଼ା ଗ୍ରାମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ସେବା ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ ଏପ୍ରିଲ ୨୨ ତାରିଖ ଦିନ ହୋଇଯାଇଛି l ପ୍ରଥମ ଦିବସରେ ଗୋମାତାଙ୍କ ପୂଜା କରାଯିବା ସହ ଗୋପାଳକମାନଙ୍କୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା ସଂଘଚାଳକ ବନମାଳୀ ଗଉଡ ସେବା ସପ୍ତାହକୁ ଉଦଘାଟନ କରିଥିଲେ l ପୂଜ୍ୟ ସନ୍ଥ ସତ୍ୟାନନ୍ଦ ଗୋ ମାହାତ୍ମ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସହ ଜିଲ୍ଲା କାର୍ଯ୍ୟବାହ ଜୟନ୍ତ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ l ଖଣ୍ଡ କାର୍ଯ୍ୟବାହ ଦୂର୍ଗା ପ୍ରସାଦ ଦାଶ ସଂଯୋଜନା କରିଥିଲେ l ଗଙ୍ଗାଧର ନାୟକ, ଦିଲୀପ ନାୟକ, ମନୋରଞ୍ଜନ ନାୟକ, ବ୍ରଜବନ୍ଧୁ ପ୍ରଧାନ, ତ୍ରିଲୋଚନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here