ରାହାସ ପୂର୍ଣ୍ଣମୀରେ କୁଶପଡାଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବ ଓ ପ୍ରହଲାଦ ନାଟକ ମଞ୍ଚସ୍ଥ

0
234

ଦିଗପହଣ୍ଡି:ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡା ପଂଚାୟତର କୁଶପଡାଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ପୌରାଣିକ ନାଟକ ପ୍ରହଲ୍ଲାଦ ନାଟକ ରାଜା ନାଟ ମଞ୍ଚସ୍ଥ ହୋଇଯାଇଛି। କୁଶପଡା ତଥା ଆଖପାଖ ଗ୍ରାମାଞ୍ଚଳ ନିକଟରେ ଏକ ମାତ୍ର ଜଗନ୍ନାଥ ମନ୍ଦିର ଥିବାରୁ ଲୋକଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ପ୍ରକାଶ ପାଇଛି। ଧର୍ମ ତଥା ପବିତ୍ର ମାସ କାର୍ତ୍ତିକ ମାସ ପୂର୍ଣ୍ଣମୀ ଦିନ ସମାପ୍ତି ହେଉଥିବା ବେଳେ ଏହି ଦିନରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ସେବେଠାରୁ ଆଜିର ତିଥିରେ ମନ୍ଦିର ବାର୍ଷିକ ଉତ୍ସବ ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ହେଉଛି । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ପରିଚାଳନା କରୁଛନ୍ତି। ପଣ୍ଡିତ ସମ୍ଭବ ତ୍ରିପାଠୀଙ୍କ ପୌରହିତ୍ୟରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here