ଔଷଧ ଦୋକାନ ଆଗରୁ ବାଇକ ଚୋରୀ, ଫାଣ୍ଡିରେ ଏତଲା।

0
396

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ଆଜି ପୂର୍ବାହ୍ନ ୧୧.୩୦ ମି ସମୟରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡା ମୁଖ୍ୟ ବଜାର ଉପରେ ଥିବା ସେନାପତି ମେଡିସିନ ଷ୍ଟୋର ସମ୍ମୁଖରୁ ଦୋକାନ ମାଲିକ ମିଥୁନ କୁମାର ସେନାପତିଙ୍କ ହୋଣ୍ଡା ୟୁନିକର୍ଣ ବାଇକ( OD 33 B 9131) କୁ ଦୁର୍ବୁତ୍ତ ଚୋରିକରି ନେଇଯାଇଛନ୍ତି। ଦୋକାନରେ ଗହଳି ଲାଗିଥିବା ବେଳେ ଏହାର ସୁଯୋଗ ନେଇ ଚୋର ଗାଡି ଚୋରି କରିଥିବା ଜଣା ଯାଇଛି। ବିଚ ବଜାର ଉପରେ ରହିଥିବା ଦୋକାନ ଆଗରୁ କିପରି ଚୋର ଚୋରି କଲା ତାହା ସମସ୍ତଙ୍କୁ ଚକିତ କରିଛି।ସେପଟେ ଦୋକାନ ମାଲିକ ମିଥୁନ ସେନାପତି ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଛନ୍ତି।

ରିପୋର୍ଟ : ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here