ଏବିଭିପି ବ୍ରହ୍ମପୁରର କରୋନା ସଚେତନତା କାର୍ଯ୍ୟକ୍ରମ

0
233

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ଶାଖା ତରଫରୁ ବିଶ୍ୱରେ ନିଜର କାୟା ବିସ୍ତାର କରୁଥିବା କରୋନାର ଦ୍ଵିତୀୟ ଲହରୀରୁ ରକ୍ଷା ପାଇବା ନିମନ୍ତେ କିପରି ସଚେତନତା ଆମ୍ବଳମ୍ବନ କରିବା ତାହାକୁ ନେଇ ଖଲିକୋଟ ମହାବିଦ୍ୟାଳୟ ସାମ୍ନାରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ବେପରୁଆ ନହୋଇ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହିତ କିପରି ସାମାଜିକ ଦୂରତା ବଜାୟ ରଖିବା,ବିନା ସଂକୋଚରେ ଟୀକା ନେବା, ବିନା କାରଣରେ ଜନଗହଳି ସ୍ଥାନକୁ ନଯିବା ଓ ଯଦି କୈଣସି ବି କରୋନା ଲକ୍ଷଣ ଦେଖାଦେଲେ ନଡରି ପରୀକ୍ଷା କରିବାକୁ ଯିବା ଏହାକୁ ନେଇ ସଚେତନ କରାଯାଇଥିଲା l ଏଥିରେ ଏବିଭିପି ର ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରମୁଖ ଶଶୀକାନ୍ତ ମିଶ୍ର, ରାଜ୍ୟ SFS ପ୍ରମୁଖ କୃଷ୍ଣଚନ୍ଦ୍ର ପୋଲଇ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭଦ୍ରା ଶୁକ୍ଲା, ଯୁଧିଷ୍ଠିର ବେହେରା, ଲିପ୍ସାରାଣୀ ରଥ, ଶାଲିନୀ ବେହେରା, ସିଦ୍ଧାନ୍ତ ସୁମନ ଦାସ,ରଞ୍ଜନ ସାହୁ,ହୃଷିକେଶ, ରୋଶନ, ସଂଜୀବ ଆଦି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here