ସରକାରୀ ବସ ଧକ୍କା ରେ କଲେଜ୍ ଛାତ୍ରର ମୃତ୍ୟୁ

0
735

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ବେଲାଗୁଣ୍ଠା ଥାନା ଅଧୀନ ଧୂମୁଛାଇ ଛକ ନିକଟରେ ଏକ ସରକାରୀ ବସ ଧକ୍କା ରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ବାଣତୁମ୍ବ୍ ଗ୍ରାମର ବଲଭ୍ ପଣ୍ଡାଙ୍କ ଏକମାତ୍ର ପୁଅ ଆଦିତ୍ୟ କୁମାର ପଣ୍ଡା(୧୭) । ସୂଚନା ମୁତାବକ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ଆଦିତ୍ୟ ସାଙ୍ଗ ବିଘ୍ନେଶ୍ ସାହୁ ଙ୍କ ସହ ଆଜି ଅପରାହ୍ନ ତିନିଟା ସମୟରେ ଟିଉସନ ପାଇଁ ଭଞ୍ଜନଗର ଆସୁଥିଲେ। ଏହି ସମୟରେ ଭଞ୍ଜନଗରରୁ କେନ୍ଦୁଝର ଯାଉଥିବା ସରକାରୀ ବସ ନୂଆଗାଁ ବ୍ରିଜ ପାର ହେବ ସମୟରେ ବସର ପାର୍ଶ୍ଵ ପଟେ ସହ ଧକ୍କା ହୋଇଥିଲା। ସେଥିରେ ଆଦିତ୍ୟ ଧକ୍କା ଖାଇ କଚାଡି ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା।ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରିବାକୁ କହିଥିଲେ। ହେଲେ କିଛି ସମୟ ପରେ ଆଦିତ୍ୟ ର ମେଡ଼ିକାଲରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ବସ୍ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here